Advertisement

ରକ୍ତଦାନ କଲେ ଶରୀର ରୁହେ ସୁସ୍ଥ…

ନିୟମିତ ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ପୁରୁଷମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କଲେ ହାର୍ଟ ଆଟାକ୍‌ ଆଶଙ୍କା ୭୫ ପ୍ରତିଶତ ହ୍ରାସ ପାଇଥାଏ। ମହିଳାଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ହେଉଥିବାରୁ ହାର୍ଟ ଆଟାକ୍‌ ସମସ୍ୟା ପ୍ରାୟତଃ କମ୍‌ ରହିଥାଏ। ଅପରପକ୍ଷରେ ପୁରୁଷଙ୍କ କ୍ଷେତ୍ରରେ ଏଭଳି ହେଉ ନ ଥିବାରୁ ପ୍ରତି ୩-୪ମାସରେ ରକ୍ତ ଦାନ କଲେ ଶରୀରର ସମସ୍ତ ଅଙ୍ଗ ସ୍ବାଭାବିକ ଭାବେ କାମ କରିଥାଏ। ରକ୍ତଦାନ କରିବା ଦ୍ୱାରା ରକ୍ତରେ ଅଙ୍ଗାରକାମ୍ଳ ମାତ୍ରା କମିବା ସହିତ କୋଲେଷ୍ଟରଲସ୍ତର ହ୍ରାସ ପାଏ। ରକ୍ତରେ ଆଇରନ୍‌ ମାତ୍ରା ଅଧିକ ହେଲେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ମାତ୍ର ରକ୍ତଦାନ କଲେ ଏହି ସମସ୍ୟା ଦୂର ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତପୋଷଣ କରିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share