ଦାନବାକ୍ସ ଭାଙ୍ଗି ଚୋରି

ବଲାଙ୍ଗୀର ଅଫିସ,୨୮ା୮: ବଲାଙ୍ଗୀର ସହର ରାଜୀବ ନଗରସ୍ଥିତ ଓଁ ଶ୍ରୀ ଶ୍ରୀ ସିଦ୍ଧେଶ୍ବରାୟ ମହାଦେବ ମନ୍ଦିର ଦାନବାକ୍ସ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜାରୀ ଦୁର୍ଯୋଧନ ଥାନପତି ରବିବାର ମନ୍ଦିରକୁ ଆସିବା ପରେ ଦାନବାକ୍ସ ତାଲା ଭାଙ୍ଗି ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ପରିଚାଳନା କମିଟିକୁ ଜଣାଇବା ପରେ ସଦସ୍ୟ ଗୋବିନ୍ଦ ବହିଦାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଥାନାଧିକାରୀ ପ୍ରିୟଙ୍କା ରାଉତରାୟଙ୍କ ନିର୍ଦ୍ଦେଶରେ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।