ଫ୍ଲୋରିଡା ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାରର ଦାନ…

ଓ୍ବାଶିଂଟନ,୩୦।୩ : ଭାରତୀୟ ଆମେରିକୀୟ ବ୍ୟବସାୟୀ ରମେଶ ଭୁଟାଡା ଆମେରିକାର ଫ୍ଲୋରିଡାସ୍ଥିତ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାର ଦାନ କରିଛନ୍ତି। ହିନ୍ଦୁ ବିଶ୍ୱବିଦ୍ୟାଳୟ ହେଉଛି ଆମେରିକାର ଏକମାତ୍ର ଅନୁଷ୍ଠାନ ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ଦର୍ଶନ ଉପରେ ଆଧାର କରି ଶିକ୍ଷା ପ୍ରଦାନ କରିବା। ହିନ୍ଦୁ ବିଶ୍ୱବିଦ୍ୟାଳୟ ୧୯୮୯ ରେ ଆମେରିକାର ଫ୍ଲୋରିଡାଠାରେ ପ୍ରତିଷ୍ଠିତ ହୋଇଥିଲା ଏଥି ସହିତ, ୧୯୯୩ ରେ ଫ୍ଲୋରିଡା ରାଜ୍ୟ ସରକାର ଏହାକୁ ଅନୁମତି ଦେଇଥିଲେ।

ହ୍ୟୁଷ୍ଟନରେ ଅବସ୍ଥିତ ଷ୍ଟାର୍‌ ପାଇପ ପ୍ରଡକ୍ଟର ସିଇଓ ହେଉଛନ୍ତି ରମେଶ ଭୁଟାଡା। ସେ ଏହି ଦାନ କରିଛନ୍ତି ଯାହା ଦ୍ୱରା ସମସ୍ତ ଯୁବବର୍ଗ ନିଜ ଜୀବନରେ ହିନ୍ଦୁ ଧର୍ମ ବିଷୟରେ ଜ୍ଞାନ ହାସଲ କରିପାରିବେ। ହ୍ୟୁଷ୍ଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରମେଶ ଭୁଟାଡାଙ୍କୁ ସମ୍ମାନିତ କରାଯାଇଥିଲା । ଯଦିଓ ରମେଶ ଏକ ପାରମ୍ପାରିକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ବହୁ ବିଶିଷ୍ଟ ହିନ୍ଦୁ ସଂଗଠନର ସଦସ୍ୟ ହୋଇଥିଲେ ମଧ୍ୟ ଭୁଟାଡା ଦାବି କରିଛନ୍ତି ଯେ ସେ ହିନ୍ଦୁ ଧର୍ମର ମୂଳ କଥା ବୁଝନ୍ତି ନାହିଁ।

Share