Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ରୁପା ଇଟା ଦାନ ମନା

ଲକ୍ଷ୍ନୌ,୧୭।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦାନ ଦେଉଛନ୍ତି। ତେବେ ଦାନରେ ରୁପା ଇଟା ଅବା ଅଳଙ୍କାର ନ ଦେବାକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ମନା କରାଯାଇଛି। ଏନେଇ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି ଯେ, ରୁପା ରଖିବା ପାଇଁ ବ୍ୟାଙ୍କରେ ଥିବା ଲକର ଇତିମଧ୍ୟରେ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୪୦୦ କିଲୋଗ୍ରାମ୍‌ରୁ ଅଧିକ ରୁପା ରଖାଯାଇଛି। ଲକରରେ ଆଉ ସ୍ଥାନ ନ ଥିବା ଟ୍ରଷ୍ଟ ସଦସ୍ୟ ଡ. ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ଟ୍ରଷ୍ଟ ଶ୍ରଦ୍ଧାଳୁଙ୍କ ମନୋଭାବକୁ ସମ୍ମାନ କରୁଛି। ଭବିଷ୍ୟତରେ ରୁପା ଆବଶ୍ୟକ ହେଲେ ଏନେଇ ଶ୍ରଦ୍ଧାଳୁଙ୍କୁ ଜଣାଇ ଦିଆଯିବ। ସେହିପରି ବର୍ତ୍ତମାନ ସୁଦ୍ଧା ୧୬,୦୦ କୋଟି ଟଙ୍କାର ଦାନ ସଂଗ୍ରହ ହୋଇଥିବା ସେ କହିଛନ୍ତି।

Share