Advertisement

ପିଲା ପିଇବେ ଗଧ କ୍ଷୀର: ଏକ ଲିଟରର ଦାମ ଜାଣି ହେବେ ଆଶ୍ଚର୍ଯ୍ୟ !

ହିସାର, ୮।୮: ଏବେ ପିଲାଙ୍କୁ ଗଧ କ୍ଷୀର ପିଇବାକୁ ଦିଆଯିବ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ସ୍ମୃତି ଶକ୍ତି ବି ପ୍ରଖର ହେବ। ଏହାକୁ ନିୟମିତ ପିଇଲେ କର୍କଟ, ମେଦବହୁଳତା ଏବଂ ଆଲର୍ଜିରୁ ମୁକ୍ତି ମିଳିପାରିବ ବୋଲି କୁହାଯାଉଛି। ହରିୟାଣାର ହିସାରଠାରେ ଥିବା ଜାତୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର(ଏନ୍‌ଆର୍‌ସିଇ) ପକ୍ଷରୁ ଗଧ କ୍ଷୀର ବିକ୍ରି ପାଇଁ ଷ୍ଟଲ ସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ହଲାରୀ ପ୍ରଜାତିର ମାଈ ଗଧଙ୍କଠାରୁ କ୍ଷୀର ସଂଗ୍ରହ କରାଯାଇ ଏହାକୁ ଅଧ ଲିଟର ଏବଂ ଲିଟର ପଲିପ୍ୟାକ ତଥା ବୋତଲରେ ବିକ୍ରି କରାଯିବ। ଏହାର ଦାମ ଲିଟର ପିଛା ୭ ହଜାର ଟଙ୍କା ରହିବ। ଏନେଇ କେନ୍ଦ୍ରୀୟ ମଇଁଷି ଅନୁସନ୍ଧାନ କେନ୍ଦ୍ର ଏବଂ ଜାତୀୟ ଦୁଗ୍ଧ ଗବେଷଣା ସଂସ୍ଥାନର ବିଶେଷଜ୍ଞଙ୍କ ସହଯୋଗ ଲୋଡ଼ା ଯାଇଛି। ଗାଈ କ୍ଷୀର ଭଳି ଗଧ କ୍ଷୀର ମଧ୍ୟ ବିକ୍ରି କରାଯିବ ବୋଲି ଏହି ପ୍ରକଳ୍ପରେ କାମ କରୁଥିବା ଏନ୍‌ଆର୍‌ସିଇ ବରିଷ୍ଠ ଗବେଷକ ପ୍ରଫେସର ଡ.ଅନୁରାଧା ଭରଦ୍ୱାଜ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share