ମାନିବୁନି କରୋନା କଟକଣା, ଲୋକଙ୍କୁ ଗିରଫ କଲା ପୋଲିସ…

ଅଟଓ୍ବା, ୩୦।୪ : କାନାଡାରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣାକୁ ବିରୋଧ କରି ଲୋକେ ଏକଜୁଟ ହୋଇଛନ୍ତି। ଲୋକେ କରୋନା କଟକଣାରେ ବ୍ୟତିବ୍ୟସ୍ତ ହୋଇ ଏହାକୁ ନମାନିବାକୁ କହିଛନ୍ତି। ଲୋକେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି।

ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ପୋଲିସ ପକ୍ଷରୁ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣାକୁ ପାଳନ କରି ଲୋକଙ୍କୁ ଘରେ ରହିବା ଳାଗି ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ଲୋକ ପ୍ରଦର୍ଶନ କରିବାରୁ ପୋଲିସ ସେମାନଙ୍କୁ ଗିରଫ କରିଛି।

Share