ଘରକୁ ଯିବା ପରେ ଜେଲ୍‌ ଫେରିବାକୁ ଅମଙ୍ଗ…

ନୂଆଦିଲ୍ଲୀ,୧୫।୪: ତିହାର ଜେଲ୍‌ର ୩ ହଜାର ୪୬୮ କଏଦୀଙ୍କର କୌଣସି ଖୋଜ ଖବର ମିଳୁନି l ଜେଲ୍‌ରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୬ ହଜାର ୭୪୦ ଜଣ କଏଦୀଙ୍କ୍‌ୁ ପାରୋଲରେ ଘକୁ ଛଡ଼ା ଯାଇଥିଲା। ତେବେ  କଏଦୀମାନେ ପାରୋଲ ସମୟସୀମା ବିତି ଯାଇଥିଲେ ବି ଜେଲ୍‌କୁ ଫେରି ନାହାନ୍ତି। ଏହାକୁ ନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ନିଖୋଜ କଏଦୀଙ୍କୁ ଧରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଦିଲ୍ଲୀ ପୋଲିସର ସହାୟତା ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ତିହାର ଜେଲ୍ର ୬୮ କଏଦୀ ଏବଂ ୧୦ରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୨ ଡାକ୍ତର ମଧ୍ୟ ରହିଛନ୍ତି।

Share