Categories: ଜାତୀୟ

ପିଆଇଏଲ୍‌ର ଅପବ୍ୟବହାର ନହେଉ, ତାଜମହଲ ୨୨ ବନ୍ଦ କୋଠରୀର ରହସ୍ୟ ନେଇ କହିଲେ ହାଇକୋର୍ଟ…

ଆଗ୍ରା, ୧୨।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବା ନେଇ କରାଯାଇଥିବା ଆବେଦନର ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ବ୍ୟବସ୍ଥାର ଅପବ୍ୟବହାର ନ କରିବାକୁ କହିଛନ୍ତି। ଏହା ସହିତ କୋର୍ଟ ଏହାର ଶୂଣାଣି ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଏଠାରେ ହିନ୍ଦୁ ଦେବୀଦେବତାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯାଇଛି। ଏକ ଅନୁସନ୍ଧାନ କମିଟ ଗଠନ ଏବଂ ଏଏସ୍‌ଆଇ ଦ୍ୱାରା ଏହାର ଯାଞ୍ଚ୍‌ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି ଆବେଦନରେ କୁହାଯାଇଛି ଯେ ହିନ୍ଦୁ ଦେବୀଦେବତା ମୂର୍ତ୍ତିଗୁଡ଼ିକୁ ବନ୍ଦ କୋଠରୀରେ ରଖାଯାଇଛି।

କେତେକ ଐତିହାସିକ ଏବଂ ହିନ୍ଦୁ ସଂଗଠନ ଦ୍ୱାରା ତାଜମହଲ ଏକ ପୁରାତନ ଶିବ ମନ୍ଦିର ବୋଲି ଦାବି କରାଯାଇଥିଲା। ଏହି ଆବେଦନରେ ଦର୍ଶାଯାଇଛି ଯେ କେତେକ ହିନ୍ଦୁ ସଂଗଠନ ଏବଂ ବିଶିଷ୍ଟ ସାଧୁମାନେ ଏହି ସ୍ମାରକୀକୁ ବିଭିନ୍ନ ଐତିହାସିକ ତଥା ତଥ୍ୟ ଦ୍ୱାରା ସମର୍ଥିତ ଏକ ପୁରାତନ ଶିବ ମନ୍ଦିର ବୋଲି ଦାବି କରୁଛନ୍ତି। ଚାରି ମହଲା କୋଠାର ଉପର ଏବଂ ତଳ ଅଂଶରେ ପ୍ରାୟ ୨୨ କୋଠରୀ ସବୁଦିନ ପାଇଁ ବନ୍ଦ ହୋଇ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ପିଏନ ଓକଙ୍କ ପରି ଐତିହାସିକମାନେ ଏବଂ ହିନ୍ଦୁ ଉପାସକ ବିଶ୍ୱାସ କରନ୍ତି ଯେ ସେସବୁ ବନ୍ଦ କୋଠରୀରେ ଭଗବାନ ଶିବଙ୍କର ମନ୍ଦିର ଅଛି।

 

Share