Categories: ଜାତୀୟ

ଜାତି-ଧର୍ମକୁ ନେଇ ମାଗନ୍ତୁ ନାହିଁ ଭୋଟ୍‌: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ତାରିଖ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରିଛନ୍ତି। ଇସି କହିଛନ୍ତି, ପ୍ରଚାର ସମୟରେ ଜାତି, ଧର୍ମ ଏବଂ ଭାଷା ଆଧାରରେ ଭୋଟ ମାଗନ୍ତୁ ନାହିଁ କିମ୍ବା ଭକ୍ତ-ଭଗବାନଙ୍କ ସମ୍ପର୍କକୁ ଅପମାନ କରନ୍ତୁ ନାହିଁ। ଏହା ବ୍ୟତୀତ ଆକ୍ରୋଶମୂଳକ, ଘୃଣ୍ୟ ଭାଷଣ ଦେବାକୁ ବାରଣ କରିବା ସହ ମିଛ ଏବଂ ଭିତ୍ତିହୀନ ବିବୃତ୍ତି ନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର କିମ୍ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ସମ୍ପର୍କରେ କୌଣସି ପ୍ରକାରର ଆକ୍ରୋଶମୂଳକ ବିବୃତ୍ତି ନ ଦେବାକୁ ଆୟୋଗ କହିଛନ୍ତି। ଏପରି କାର୍ଯ୍ୟରୁ ବିରତ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share