ଭୟ କରନାହିଁ , ଭାକ୍ସିନ୍‌ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…

ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍‌ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍‌ ନେବା ଲାଗି ସଚେତନ କରାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଆରା ଉଦ୍ୟମ ଆପଣେଇଛନ୍ତି। ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଭୟ ନ କରି ଭାକ୍ସିନ୍‌ ନିଅ। ଭାକ୍ସିନ୍‌ ନେଇଥିବା ଲୋକଙ୍କ ମାଗଣାରେ ବିୟର ପିଇବାକୁ ଦିଆଯିବ ବୋଲି ଅଫର ପ୍ରଦାନ କରିଛନ୍ତି। ଅଧିକରୁ ଅଧିକ ଲୋକ ଯେପରି ଭାକ୍ସିନ୍‌ ନେବେ ସେଥି ପାଇଁ ରାଷ୍ଟ୍ରପତି ଏଭଳି ଘୋଷଣା କରିଛନ୍ତି। ଜୁଲାଇ ୪ରେ ଛୁଟିରେ ଯିବା ପୂର୍ବରୁ ସେ ଭାକ୍ସିନ୍‌ କାର୍ଯ୍ୟକ୍ରମକୁ ତ୍ୱାରାନ୍ବିତ କରିବା ଲାଗି ଏଭଳି କହିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଆମେରିକାର ୧୩୩.୬ ନିୟୁତ ଜନସାଧାରଣ ଭାକ୍ସିନ୍‌ ନେଇ ସାରିଛନ୍ତି।

Share