ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ ରିପୋର୍ଟ କରିବା ସହ ରେଳ ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠାରୁ ଦୂରେଇ ରହିବାକୁ ଆଡଭାଜରି ଜାରି କରିଛି ଭାରତୀୟ ଦୂତାବାସ।
“ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରୀଛାତ୍ରଙ୍କୁ ଏକତ୍ରିତ ଏବଂ ଶାନ୍ତି ବଜାୟ ରଖିବାକୁ ଆମେ ଅନୁରୋଧ କରୁଛୁ। ରେଲଓ୍ବେ ଷ୍ଟେଶନରେ ବଡ଼ ସଂଖ୍ୟାରେ ଲୋକ ଏକତ୍ରିତ ହେବାର ଆଶଙ୍କା ରହିଛି। ଏଣୁ ସମସ୍ତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ। ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠୁ ଦୂରେଇ ରୁହନ୍ତୁ” ବୋଲି ଆଡଭାଜରିରେ କୁହାଯାଇଛି।