ଭୁବନେଶ୍ୱର,୩୧।୭(ବ୍ୟୁରୋ): ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ରବିବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ନେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବ । ଅଗଷ୍ଟ ୫ ତାରିଖରେ ରାଜଭବନ ଘେରାଉ କରିବା ସହ ଜିଲା ସ୍ତରରେ ବି ଆନ୍ଦୋଳନ ହେବ। ଏହା ସହ ସେ କହିଛନ୍ତି ଯେ, ଦେଶର ମୁଖ୍ୟ ମୁଦ୍ଦା ହେଲା ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା। ଦୁଃଖର ବିଷୟ ଏହାକୁ ସମାଧାନ କରିବା ବଦଳରେ ଇସୁ ଡାଇଭର୍ଟ ଲାଗି ଇଡି ରେଡ ହଉଛି। କେନ୍ଦ୍ରର ହତବାରିଶି ପାଲଟିଛି ଇଡି। ଆକ୍ରୋଶ ରଖି ଇଡି ଚଢ଼ାଉ ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ।