Categories: ଜାତୀୟ

ଇଭିଏମ ଉପରେ ନାହିଁ ବିଶ୍ୱାସ, ୨୦୦୩ରୁ ମୁଁ କହି ଆସୁଛି: ଦିଗବିଜୟ ସିଂ…

ଭୋପାଳ,୧।୧ : ୨୦୨୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଇଭିଏମ ଉପରେ ମୋର ବିଶ୍ୱାସ ନାହିଁ। ମୁଁ ୨୦୦୩ରୁ ଏହା କହି ଆସୁଛି। ଏହା ସହିତ ଭୋଟରଙ୍କୁ ଭିଭିପାଟ ସ୍ଲିପ ଦିଆଯାଉ। ଯାହାକୁ ପରେ ବାଲାଟ ବକ୍ସରେ ଭର୍ତ୍ତି କରାଯାଇପାରିବ।
ଇଭିଏମ ବ୍ୟବହାର ସମ୍ପର୍କରେ କଂଗ୍ରେସ ନେତା କହିଛନ୍ତି ମୁଁ କାହାକୁ ଭୋଟ ଦେବାକୁ ଚାହୁଁଛି, ମୋର ଭୋଟ କୁଆଡେ ଗଲା ମୁଁ ଜାଣେ ନାହିଁ। ଦୁନିଆରେ ଏପରି କୌଣସି ମେସିନ ନାହିଁ ଯାହାର ଚିପ ଅଛି ଏବଂ ଯାହାକୁ ହ୍ୟାକ କରାଯାଇପାରିବ ନାହିଁ। କାରଣ ଚିପ କାହାର ଆଦେଶ ପାଳନ କରିବ? ଏଥିରେ ସଫ୍ଟୱେର୍‌ ଏମ୍ବଡେଡ ହୋଇଛି । ଯଦି ଜଣେ ’ଏ’ ଟାଇପ କରନ୍ତି, ସଫ୍ଟୱେର୍‌ ’ଏ’ କହିବ ଏବଂ କେବଳ ’ଏ’ ପ୍ରିଣ୍ଟ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ ଇଭିଏମ ଉପରେ କଂଗ୍ରେସର ’ନିର୍ବାଚନୀ ଚିହ୍ନ ଦବାନ୍ତି, ତେବେ ସଫ୍ଟୱେୟାରରେ କ‘ଣ କହିଲେ ପଦ୍ମ‘ ୍‌ଛପା ହେବ? ହାତ ନା ପଦ୍ମ? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଭେିଭିପାଟ ମେସିନ ୭ ସେକେଣ୍ଡ ପାଇଁ ଭୋଟରଙ୍କୁ ହାତ ଦେଖାଇଲା ଏବଂ ଭୋଟର ଖୁସିରେ ଚାଲିଗଲେ। କିନ୍ତୁ ଏଥିରେ ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ମୁଦ୍ରିତ ହେବ!
୍‌ବିରୋଧୀଦଳର ଦାବି ହେଉଛି ସମସ୍ତ ବିକଶିତ ଦେଶରେ ଯେପରି ମତଦାନ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯାଉଛି ଭାରତରେ ମଧ୍ୟ ସେଭଳି ହେଉ। ଗଣିବାକୁ ଆଉ କିଛି ସମୟ ଲାଗିବ। କିନ୍ତୁ ଜନସାଧାରଣ ନିଶ୍ଚିତ ହେବେ ସେମାନଙ୍କର ଭୋଟ ସେମାନେ ଚାହୁଁଥିବା ବ୍ୟକ୍ତିଙ୍କୁ ନିକଟକୁ ଯାଇଛି। ମାତ୍ର ଏବେ ଏହା ଜାଣି ହେଉନି।
ଏହି ଦାବି ପାଇଁ ଅଗଷ୍ଟରୁ ନିର୍ବାଚନ ଆୟୋଗଙ୍କୁ ଭେଟିବାକୁ ଇଣ୍ଡିଆ ବ୍ଲକ ସମୟ ମାଗିଛି, କିନ୍ତୁ ’ନିର୍ବାଚନ ଆୟୋଗଙ୍କ ପାଖରେ ସମୟ ନାହିଁ। ଆମର ବର୍ତ୍ତମାନ ବିକଳ୍ପ ଅଛି ସୁପ୍ରିମକୋର୍ଟ ଯିବୁ ୁ କିମ୍ବା ଇଭିଏମକୁ ବିରୋଧ କରିବୁ। ରାଜନୈତିକ ଦଳ ବିଶେଷ କରି ଇଣ୍ଡିଆ ବ୍ଲକ ଖୁବ ଶୀଘ୍ର ଏହି ବିଷୟରେ ନିଷ୍ପତ୍ତି ନେବା ଉଚିତ।

Share