ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ

ରାଇକିଆ,୨୦।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ଜୋର୍‌ ଧରିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏ ନେଇ ପ୍ରଚାର ହେବା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରିକି ଭୟରେ କିଛି ଲୋକ ଜିଲା ବାହାରକୁ ମଧ୍ୟ ଚାଲି ଯାଉଥିବା ନ଼େଇ ପ୍ରଶାସନ ପାଖରେ ଖବର ପହଞ୍ଚିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଇକିଆ ପୋଲିସ ତରଫରୁ ମଙ୍ଗଳାବର ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜି ଉଦୟଗିରି ଏସଡ଼ିପିଓ ବିଜୟ କୁମାର ବିଶି ଯୋଗଦେଇ ଶାନ୍ତି ବଜାୟ ରଖିବା ସହ ଉଭୟ ସମ୍ପ୍ରଦାୟର ଲୋକ ଏଭଳି ଗୁଜବରେ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କେହି ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ସୃଷ୍ଟି କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଛି। ଏ ଦିଗରେ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି। ଏ ନେଇ ରାଇକିଆ ସହର ଏବଂ ଗ୍ରାମାଞ୍ଚଳରେ ସଚେନତା ସୃଷ୍ଟି କରାଯିବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗୁଜବରୁ ଦୂରେଇ ରହିବା ପାଇଁ ପ୍ରଚାର କରାଯିବ ଏବଂ ପାଟ୍ରୋଲିଂ ମଧ୍ୟ କରାଯିବ ବୋଲି କହିଛନ୍ତି।
ବୈଠକରେ ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ତହସିଲଦାର ସୁଭଦ୍ରା ମୁଣ୍ଡିକା, ଥାନା ଅଧିକାରୀ ଆଶୁତୋଷ ପାଇକରାୟ, ସିଡିପିଓ, ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ସୁଗଡବାଡି ସରପଞ୍ଚ ସୁରଞ୍ଜନ ପ୍ରଧାନଙ୍କ ସମେତ ଉଭୟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ତୀବ୍ର...

ଜୀରାନଦୀରେ ହେବ ଆନ୍ତଃନଦୀ ଜଳାଶୟ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀରେ ଆନିକଟ୍‌ ତଥା ଆନ୍ତଃନଦୀ ଜଳାଶୟ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୋମବାର ରାଜ୍ୟ ସରକାରଙ୍କ...

ଐତିହାସିକ ରେକର୍ଡ ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରଥମ ଭାରତୀୟ ଭାବେ କଲେ ଚମତ୍କାର

ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ...

ଜିଲାସ୍ତରୀୟ ସ୍କାଉଟ୍ସ-ଗାଇଡସ କ୍ୟାମ୍ପୋରି ଉଦଘାଟିତ: ୧୨ଟି ବ୍ଲକର ୫୨୧ ଛାତ୍ରୀଛାତ୍ରଙ୍କ ଯୋଗଦାନ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାସ୍ତରୀୟ ସ୍କାଉଟ୍ସ ଏବଂ ଗାଇଡସ କ୍ୟାମ୍ପୋରିରି ସୋମବାର ଭଟଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲା...

ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି।...

ଜନ ଅଭିଯୋଗ ଶୁଣାଣି ଶିବିର: ୫୯ ଅଭିଯୋଗ ପଞ୍ଜୀକୃତ

ବରଗଡ଼, ୭।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ...

ସି.ଏମ୍‌ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟନୀ ମ୍ୟାଚରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବିଜୟୀ

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ) – ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର...

ମହିଳାଙ୍କଠାରୁ ଝାମ୍ପିନେଲେ ସୁନାଚେନ

ଗୋପାଳପୁର,୭ା୪(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ ଲୁଟ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ମହିଳାଙ୍କ ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image