Categories: ଜାତୀୟ

ଟିଭି ଚ୍ୟାନେଲ ଉପରେ ଭରସା କର ନାହିଁ

ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଗଣତି ଚାଲିଥିବା ବେଳେ ଭାଜପାକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିଥିବା କୁହାଯାଇଛି। କିନ୍ତୁ ଟିଭି ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଉପରେ ଭରସା ନ କରିବାକୁ ସମାଜବାଦୀ ପାର୍ଟି (ସପା) ତା’ର ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛି।

“ ନ୍ୟୁଜ ଚ୍ୟାନେଲରେ ପ୍ରଦର୍ଶିତ ଟ୍ରେଣ୍ଡକୁ ବିଶ୍ୱାସ ନ କରିବାକୁ ସମସ୍ତ ସମାଜବାଦୀ ଓ ଦଳୀୟ କର୍ମୀଙ୍କୁ ଅନୁରୋଧ। ସେମାନଙ୍କୁ ସେମାନଙ୍କ ବୁଥରେ ରହିବାକୁ ଅନୁରୋଧ କରାଯାଉଛି। ଶେଷରେ ଗଣତନ୍ତ୍ରର ବିଜୟ ହେବ। ଫଳାଫଳ ସପା ମେଣ୍ଟ ସପକ୍ଷରେ ରହିବ” ବୋଲି ଅଖିଳେଶ ଯାଦବଙ୍କ ପାର୍ଟି ପକ୍ଷରୁ ଟୁଇଟ୍‌ କରାଯାଇଛି।

Share