ଏସବୁ ଜିନିଷ ଭୁଲ୍‌ରେ ବି ଧାର ଦିଅନ୍ତୁ ନାହିଁ, ନଚେତ…

ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ହେଉଛି ମାନବିକତା। ଏଇ ଶିକ୍ଷା ଆମ ସମସ୍ତଙ୍କୁ ପିଲାଟି ବେଳୁ ଘରେ ଦିଆଯାଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତୋଟି ଜିନିଷ ରହିଛି, ଯାହାକୁ ଭୁଲ୍‌ରେ ମଧ୍ୟ କାହାରିକୁ ଦାନ କିମ୍ବା ଧାର୍‌ ଦେବା ଉଚିତ ନୁହେଁ। କାରଣ ଏସବୁ ଜିନିଷକୁ କାହାରିକୁ ଦାନ କଲେ ଅଥବା ଧାର୍‌ରେ ଦେଲେ, ଘରେ ଅଭାବ ଅସୁବିଧା ଉପୁଜିଥାଏ। ଯେମିତିକି:

*ବିବାହିତା ନାରୀ ପିନ୍ଧିଥିବା ନିଜର ବାହାଘର ହାର, ମଙ୍ଗଳସୂତ୍ର, ପାଉଁଜି କିମ୍ବା ଝୁଣ୍ଟିଆକୁ କାହାରିକୁ ଦେବା ଉଚିତ ନୁହେଁ। କାରଣ ଏହାଦ୍ୱାରା ତାଙ୍କ ବୈବାହିକ ଜୀବନରେ ଅଶାନ୍ତି ଉପୁଜିବା ସହ ଘରେ କଳହ ଲାଗି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

*ସେହିପରି ଘରର ଝାଡ଼ୁକୁ ବି କାହାରିକୁ ଦେବା ଠିକ୍‌ ନୁହେଁ। କାରଣ ଝାଡ଼ୁ ସ୍ବଚ୍ଛତା ଏବଂ ସମୃଦ୍ଧିର ଏକ ପ୍ରତୀକ ହୋଇଥାଏ।

*ସନ୍ଧ୍ୟା ସମୟରେ କ୍ଷୀର, ଦହି, ନଡ଼ିଆ, ଚାଉଳ, ଅଟା ଭଳି ଧଳା ଜିନିଷ କାହାରିକୁ ଧାର୍‌ ଦେବେ ନାହିଁ। କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଶକ୍ତି ଶୀଘ୍ର ଲାଗିଥାଏ। ଯଦି ଅତି ଜରୁରୀ ଥାଏ, ତା’ହେଲେ ବଜାରରୁ କିଣି ଆଣି ଦେବେ। ହେଲେ ନିଜ ରୋଷେଇ ଘରୁ ଆଦୌ ଦେବେ ନାହିଁ।

*ନିଜେ ବ୍ୟବହାର କରୁଥିବା କଲମକୁ ବି କାହାରିକୁ ଦେବା ଉଚିତ ନୁହେଁ, ନଚେତ୍‌ ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣ ଚାହିଁଲେ ନିଜ ପାଖରେ ଆଉ ଏକ କଲମ ବି ରଖିପାରିବେ।