ସଚ୍ଚୋଟଙ୍କୁ ଠକ ନାହିଁ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଋଣ କିସ୍ତି ପଇଠ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ମୋରାଟୋରିୟମ୍‌ ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଚକ୍ରବୃଦ୍ଧି ସୁଧ ବା ସୁଧ ଉପରେ ସୁଧ ଲଗାଇବା ଘଟଣା ସାମ୍‌ନାକୁ ଆସିଥିଲା। ଏଥିରେ ବହୁ ସଂସ୍ଥା ଅସନ୍ତୋଷ ପ୍ରକାଶ କରିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଥିତ୍ଲା। ଏବେ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଜରିଆରେ ତାଙ୍କ ମତ ଉପସ୍ଥାପନ କରିଛନ୍ତି। ମୋରାଟୋରିୟମ୍‌ ଅବଧିର ୬ମାସ ମଧ୍ୟରେ ସୁଧ ଉପରେ ସୁଧ ଛାଡ଼ କରିବା ଲାଗି ସରକାର ରାଜି ହେବା ସହ ବ୍ୟାଙ୍କଗୁଡ଼ିକର କ୍ଷତି ଭରଣା କରିବା ଲାଗି ସମ୍ମତ ହୋଇଛନ୍ତି। ଏହାଦ୍ୱାରା ଋଣଗ୍ରହୀତାମାନେ ସୁଧ ଉପରେ ଲାଗୁ କରାଯାଇଥିବା ସୁଧ ଦେବାରୁ ମୁକ୍ତି ପାଇପାରିବେ। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତି ବା ସଂସ୍ଥା ଏହି ସୁବିଧା ପାଇପାରିବେ। ସରକାର ଏହି ନିଷ୍ପତ୍ତି ନେବାକୁ ସମୟ ନେଇଛନ୍ତି। ତେବେ ସୁପ୍ରିମକୋର୍ଟରେ ମୋରାଟୋରିୟମ ବିରୋଧରେ ବହୁ ପିଟିଶନ ଦାଏର ହେବା ପରେ ବିଳମ୍ବ ନ କରି ଏହା ଉପରେ ନିଜର ପକ୍ଷ ରଖିବା ଲାଗି ଶୀର୍ଷ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସତ୍ୟପାଠରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗୃହ, ଶିକ୍ଷା, ଏମ୍‌ଏସ୍‌ଏମ୍‌ଇଏସ୍‌(ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ), କଞ୍ଜ୍ୟୁମର ଡ୍ୟୁରେବଲ ଋଣ, କ୍ରେଡିଟ୍‌ କାର୍ଡ ଦେୟ,ଗାଡ଼ି,ବ୍ୟକ୍ତିଗତ ଓ ବୃତ୍ତିଗତ ଋଣରୁ ବ୍ୟକ୍ତି ମୋରାଟୋରିୟମ ସୁବିଧା ପାଇଥାନ୍ତୁ କି ନଥାନ୍ତୁ ସେଥିରୁ ଛାଡ ପାଇବେ। ସୁପ୍ରିମ୍‌କୋର୍ଟ ଏବେ ସୁଦ୍ଧା କେନ୍ଦ୍ର ଦାଖଲ କରିଥିବା ସତ୍ୟପାଠ ଉପରେ ଶୁଣାଣି ହେବାକୁ ବାକି ରହିଛି। ଏହି ମାମାଲାର ଶୁଣାଣି ଅକ୍ଟୋବର ୧୩ରେ ହେବାର ଅଛି। ଶୀର୍ଷକୋର୍ଟ ତାଙ୍କ ଶୁଣାଣିକୁ ସ୍ଥଗିତ ରଖିବା ଦ୍ୱାରା କେନ୍ଦ୍ରର ସତ୍ୟପାଠ ଉପରେ ବହୁ ପ୍ରଶ୍ନ ଉଙ୍କିମାରୁଛି। ପ୍ରଥମେ ଏହା କରୋନାର ଦୁର୍ଦ୍ଦିନରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକମାନେ, ଯେଉଁମାନେ କିସ୍ତି ଦେଉଥିତ୍ଲେ ସେମାନଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରିନାହଁି। କାମାଥ୍‌ କମିଟି ରିପୋର୍ଟ ଅନୁସାରେ କ’ଣ କରାଯାଇଛି ଓ ତାହା ସତ୍ୟପାଠରେ କାହିଁକି ପ୍ରକାଶ କରାଯାଇନି ସେ ସମ୍ପର୍କରେ କୋର୍ଟ ପଶ୍ନ କରିଥିଲେ। କୋଭିଡ୍‌-୧୯ ଯୋଗୁ ବ୍ୟାଙ୍କଗୁଡ଼ିକର ବୋଝକୁ ହାଲୁକା କରିବା ଲାଗି ସମାଧାନର ଉପାୟ ଉପରେ ବରିଷ୍ଠ ବ୍ୟାଙ୍କର୍‌ କେ.ଭି. କାମାଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକୁ ଆର୍‌ବିଆଇ ଗ୍ରହଣ କରିଥିଲା। ଏହି କମିଟି ୨୬ଟି ସେକ୍ଟର ପାଇଁ ଫାଇନାନ୍‌ସିଆଲ ରେସିଓ ଲାଗି ସୁପାରିସ୍‌ କରିଥିଲା। ଋଣ ଗ୍ରହୀତାଙ୍କୁ ମୋରାଟୋରିୟମ ଅବଧି ମଧ୍ୟରେ ସୁଧ ଉପରେ ସୁଧ ଛାଡ଼ କରିବାର ମୁଖ୍ୟ କାରଣ ଜାଣିବା ଲାଗି ବି ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ବହୁ ସନ୍ଦେହ ରହିଛି। ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ କିଭଳି ଦେଖୁଛନ୍ତି ତାହା ଜାଣିବା ଲାଗି ଅପେକ୍ଷା କରିବା। ଏହା ଏକ ଜଟିଳ ସମସ୍ୟା। ସୁଧ ଛାଡ କରାଗଲେ ବ୍ୟାଙ୍କଗୁଡିକ ପାଖାପାଖି ୭,୦୦୦ କୋଟି ଟଙ୍କା କ୍ଷତି ସହିବେ। କିଏ ଏହି କ୍ଷତି ଭରଣା କରିବ? ସରକାର ଟ୍ୟାକ୍ସ ବଢ଼ାଉଛନ୍ତି ଏବଂ ଏହାର ବୋଝ ଲୋକମାନେ ହିଁ ବହନ କରିବେ। ଋଣ କରିଥିବା ବ୍ୟକ୍ତି ବା ସଂସ୍ଥା ଯେଉଁ ରହାତି ପାଇବେ ତାହା ପ୍ରତ୍ୟେକ ଟିକସ ଦାତାଙ୍କୁ ହିଁ ଦେବାକୁ ପଡିବ। ଋଣ ଛାଡ କରି ସରକାର ବ୍ୟାଙ୍କଗୁଡ଼ିକର କ୍ଷତି ସହିବା ଲାଗି ଘୋଷଣା କରିବାକୁ ଆମେ ପ୍ରଶଂସା କରୁଥିବାବେଳେ ସରକାର ଏହି ଟଙ୍କା କେମିତି ଯୋଗାଡ଼ କରିବେ ତାହା ସ୍ପଷ୍ଟ କଲେ ଭଲ ହୁଅନ୍ତା। ବ୍ୟବସାୟ ଓ ବୃତ୍ତିିଗତ ସମେତ ବିଭିନ୍ନ ଉଦ୍ଦେଶ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଗ୍ରହୀତାଙ୍କ ପାଇଁ ପ୍ରତ୍ୟେକ ଟିକସଦାତା ତାହା ଦେବା ଉଚିତ ନୁହେଁ। ସୁପ୍ରିମକୋର୍ଟ ତାଙ୍କ ରାୟକୁ ସ୍ଥଗିତ ରଖିବା ସମୟରେ ଆର୍‌ବିଆଇଙ୍କ ଦ୍ୱାରା ସୁଧ ଉପରେ ସୁଧ ଛାଡ ଘୋଷଣାକୁ ଗ୍ରହଣ କରିବାକୁ ଚାହଁୁନଥିବା ତଥା ପ୍ରତିମାସରେ ଋଣ ଦେଇ ଆସୁଥିବା ଶୃଙ୍ଖଳିତ ଋଣଗ୍ରହୀତାମାନେ ଯେଭଳି ଏହାଦ୍ୱାରା ଠକାମିର ଶିକାର ହେଉଥିବା ଅନୁଭବ ନ କରନ୍ତି ସେ ସମ୍ପର୍କରେ କେନ୍ଦ୍ର ସୁନିଶ୍ଚିତ କରିବା ଦରକାର। ଅତୀତରେ କେନ୍ଦ୍ର ସରକାର କୃଷି ଋଣ ଛାଡ ବେଳେ ଏଭଳି ଅସମ୍ବେଦନଶୀଳତା ପ୍ରକାଶ କରିଥିଲା। ଯେଉଁ କୃଷକମାନେ ଋଣ କରି କିସ୍ତି ଦେଉଥିଲେ ସେମାନଙ୍କ ସହ ଆଦୌ କିସ୍ତି ଦେଉ ନ ଥିବା କୃଷକଙ୍କୁ ସମାନ କରିଦିଆଗଲା। ଋଣଛାଡ ଘୋଷଣା କରାଯିବା ଦ୍ୱରା ପ୍ରତ୍ୟେକେ ଲାଭବାନ ହେଲେ। ଉଭୟ ଋଣ ଖିଲାପି ଓ ଠିକ୍‌ ଭାବେ ଋଣ ପରିଶୋଧ କରୁଥିବା ବ୍ୟକ୍ତି ସମାନ ହୋଇଗଲେ। ଏଥିପାଇଁ କୃଷିଋଣ ନେଇଥିବା ବ୍ୟକ୍ତି ସରକାର ସୁଧ ଓ ମୂଳ ଛାଡ ଘୋଷଣା କରିବା ପୂର୍ବରୁ ଓ ପରେ ଋଣ ପରିଶୋଧ କରିବାକୁ କେବେ ବି ଚାହିଁ ଁନ ଥିଲେ। ଏହାଦ୍ୱାରା ଋଣ ଖିଲାପିମାନେ ଲାଭ ପାଇବାବେଳେ ସଚ୍ଚୋଟ ଭାବେ ଋଣ ପରିଶୋଧ କରୁଥିବା ଶୃଙ୍ଖଳିତ ଗ୍ରହୀତାମାନେ ଠକାମିର ଶିକାର ହେବା ଅନୁଭବ କଲେ। ଏବେ ସରକାର ଅନ୍ତତଃ ଏହି ପଦକ୍ଷେପ ନ ନେବା ଉଚିତ। ମାମଲା ଫଇସଲା କରିବା ପୂର୍ବରୁ ସୁପ୍ରିମକୋର୍ଟ ଏହି ଘଟଣାକୁ ଦୃଷ୍ଟିରେ ରଖିବେ ବୋଲି ଆମେ ଆଶା କରିବା। ଏହା ନ ହେଲେ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକେ ଭରସା ହରାଇବେ। ସଚ୍ଚୋଟଙ୍କୁ ଠକିବା ଉଚିତ ନୁହେଁ। ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶାକରୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

ଡିଜିଟାଲ ଯୁଗରେ ଭାରତୀୟ ସଂସ୍କୃତି

ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣକୁ ସହଜ କରିଦେଇଛି ସତ, କିନ୍ତୁ ଏହା ଭୁଲ୍‌ ତଥ୍ୟକୁ ଅଧିକ ମାତ୍ରାରେ ବିସ୍ତାର କରୁଛି। ଭାରତୀୟ ସଂସ୍କୃତିର ସଂରକ୍ଷଣ ତଥା...

କୃଷକ ରେଜିଷ୍ଟ୍ରି: ବିତର୍କ ହେଉ

ଡିସେମ୍ବର ୨୮ ତାରିଖ ୨୦୨୪ରେ ଓଡ଼ିଶାର ପ୍ରମୁଖ ଖବରକାଗଜମାନଙ୍କରେ ବିଜ୍ଞାପନ ପ୍ରକାଶ ପାଇଛି ଯେ ଜାନୁଆରୀ ୧ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୃଷକ ରେଜିଷ୍ଟ୍ରି କାର୍ଯ୍ୟ...

କେବଳ ପୁରୁଷ ନୁହେଁ

ଗୋଟେ ଧାରଣା ରହିଆସିଛି ଯେ, ପୁରୁଷମାନେ ଆକ୍ରମଣକାରୀ ଓ କଠୋର ହୋଇଥିବା ବେଳେ ମହିଳାମାନେ ସର୍ବଦା ପୀଡ଼ିତା। ଯେତେବେଳେ କୌଣସି ମହିଳାଙ୍କୁ ନେଇ ଘରୋଇ ହିଂସା...

ହିଂସା ଉଦ୍ରେକକାରୀ ଜିନ୍‌

ସଦରେ କଳିଝଗଡ଼ା ହେଲେ ସବୁ ରାଜନେତା ଭାଗ ନିଅନ୍ତି ନାହିଁ, କେତେକ ସଂସଦର କୂଅ ଭିତରକୁ ଯାଆନ୍ତି ତ କେତେକ ବାଚସ୍ପତିଙ୍କ ପାଖକୁ ଯାଇ ପାଟି...

ଅସ୍ପଷ୍ଟ ଆଭିମୁଖ୍ୟ

ପୂଜାସ୍ଥଳ(ବିଶେଷ ପ୍ରାବଧାନ) ଅଧିନିୟମ, ୧୯୯୧ ଯେକୌଣସି ପୂଜାସ୍ଥଳୀର ରୂପାନ୍ତରଣକୁ ବାରଣ କରେ। ୧୫ ଅଗଷ୍ଟ ୧୯୪୭ରେ ପୂଜାସ୍ଥଳର ଧର୍ମୀୟ ସ୍ଥିତି ଯାହା ରହିଥିଲା ତାହାକୁ ପରିବର୍ତ୍ତନ...

ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri