ଅଜଣା ଲିଙ୍କ୍‌ କ୍ଲିକ୍‌ କରନାହିଁ, ଓଟିପି ଦିଅନାହିଁ

କଟକ ଅଫିସ,୧୬।୧୧:ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍‌ସ ଆପ୍‌ ଠକେଇରୁ ବର୍ତ୍ତିବା ପାଇଁ ସୋମବାର କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ନିଜ ମୋବାଇଲ ଫୋନରେ ରହିଥିବା ହ୍ବାଟ୍‌ସ ଆପ୍‌ ଆକାଉଣ୍ଟର ଟୁ ଷ୍ଟେପ ଭେରିଫିକେଶନକୁ କାର୍ଯ୍ୟକ୍ଷମ କରାନ୍ତୁ। ହ୍ବାଟ୍‌ସଆପ୍‌ ଆକାଉଣ୍ଟ, ସେଟିଂ, ଆକାଉଣ୍ଟ, ଟୁ ଷ୍ଟେପ ଭେରିଫିକେଶନ, ଇନେବଲ, ସିକ୍ସ ଡିଜିଟ ପିନ୍‌, କନଫର୍ମ ସେମ ପିନ ଏଗେନ ଏହି କ୍ରମରେ ଟାଇପ୍‌ କରନ୍ତୁ। ପରେ ନିଜର ଇ-ମେଲ୍‌ ଆଇଡି, କନଫର୍ମ ଇମେଲ୍‌ ଆଇଡି, ସେଭ୍‌, ଡନ ଓ କ୍ଲିକ୍‌ କରନ୍ତୁ। ସେହିପରି ଅଜଣା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ବା ଓଟିପି ଦିଅନ୍ତୁ ନାହିଁ। ଅନ୍‌ଲାଇନ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ବ୍ୟକ୍ତିଙ୍କ ସହ କଥା ହୋଇ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Share