ନୂଆଦିଲ୍ଲୀ,୧୬।୧୨: ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଆସନ୍ତା ମାସରେ ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର୍ୟ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।
ରାମ ମନ୍ଦିର ଟ୍ରଷ୍ଟ ସଚିବ ଚମ୍ପତ ରାୟ ଶନିବାର କହିଛନ୍ତି ଯେ ଏହି ସମାରୋହ ଜାନୁୟାରୀ ୨୨ ରେ ମଧ୍ୟାହ୍ନ ୧୨ ଟା ସମୟରେ ଅନୁଷ୍ଠିତ ହେବ। ତେବେ ମନ୍ଦିର ପ୍ରସ୍ତୁତ, ପ୍ରତିମା ମଧ୍ୟ ପ୍ରସ୍ତୁତ, କିନ୍ତୁ ପୂରା ମନ୍ଦିର ନିର୍ମାଣ ପାଇଁ ଆଉ ଦୁଇ ବର୍ଷ ଲାଗିପାରେ। ମନ୍ଦିରରେ ଅନେକ କାର୍ଯ୍ୟ ଜାରି ରହିଛି। ନିର୍ମାଣ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିପାରେ।”
ତେବେ ବର୍ତମାନ ସମୟରେ ବିଭିନ୍ନ ରାଜ୍ୟର ଲୋକେ ଜାନୁୟାରୀ ୨୨ରେ ଅଯୋଧ୍ୟା ଆସିବାକୁ ଯୋଜନା ଆରମ୍ଭ କଲେଣି। ଏଭଳି ସ୍ଥିତିରେ ସହରରେ ଅତ୍ୟଧିକ ଭିଡ଼ ନହେବା ପାଇଁ ସେ ଲୋକମାନଙ୍କୁ ଜାନୁଆରୀ ୨୨ ରେ ଅଯୋଧ୍ୟାକୁ ନ ଆସିବା ପରିବର୍ତ୍ତେ ନିକଟସ୍ଥ ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ ପାଳନ କରିବାକୁ ଅନୁରୋଧ କରିଛନ୍ତି।