ଭୁବନେଶ୍ୱର,୬।୫: ଲକ୍ଡାଉନ ସମୟରେ ଥାନାକୁ ଆସିବା ଦରକାର ନାହିଁ। କାହାର କୌଣସି ଅଭିଯୋଗ ଥିଲେ ଫୋନ ଯୋଗେ ଥାନାରେ ରିପୋର୍ଟ କରନ୍ତୁ। ଗୁରୁବାର ଜନସାଧାରଣଙ୍କୁ ଏଭଳି ଅନୁରୋଧ କରିଛନ୍ତି ପୋଲିସ ଡିଜି ଅଭୟ। ଜନସାଧାରଣ କଟକଣା ମାନୁଛନ୍ତି। ହେଲେ କିଛି ଲୋକ କଟକଣା ମାନୁନାହାନ୍ତି। ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏପ୍ରିଲ ୧ ତାରିଖରୁ ଗୁରୁବାର ସୁଦ୍ଧା ୧୫ କୋଟି ଟଙ୍କା ଫାଇନ ଆଦାୟ ହୋଇଛି। ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ୬ କୋଟି ୩୪ ଲକ୍ଷ ଟଙ୍କା ଓ ଟ୍ରାଫିକ ଉଲ୍ଲଂଘନକାରୀଙ୍କଠାରୁ ୮ କୋଟି ୨୯ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି। ୫୫୩ ଜଣଙ୍କୁ ଗିରଫ କରାଯାଇଛି। ୨୧ ହଜାର ୪୦୬ଟି ଗାଡି ଜବତ କରାଯାଇଛି। ୧୬୩୨ ଅବକାରୀ ମାମଲା ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି।