ଏହି ଦିନ ଭୁଲରେ କାନ୍ଦିବେନି, ଥରେ କାନ୍ଦିଲେ ସବୁଦିନ କାନ୍ଦିବାକୁ ପଡ଼ିବ

ଘରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ବାସ୍ତୁ ନିୟମ ମାନିବା ସହ କିଛିଟା ଛୋଟମୋଟ ଭୁଲ୍‌କୁ ସୁଧାରିପାରିଲେ ଜୀବନ ସରସ, ସୁନ୍ଦର ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯେମିତିକି:
* ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ କେବେ ବି କାନ୍ଦିବେ ନାହିଁ। କୁହାଯାଏ, ଏହି ଦିନମାନଙ୍କରେ ଆଖିରୁ ଲୁହ ଝରିଲେ ପ୍ରତିଷ୍ଠା କ୍ଷୂର୍ଣ୍ଣ ହେବା ସହ ଘରେ ଅଶାନ୍ତି ବଢିଥାଏ।
* ଘରର କୌଣସି ସ୍ଥାନରେ କେବେ ବି ବୁଢିଆଣି ଜାଲ ହେବାକୁ ଦେବେ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ରୋଷ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
* ଆଲମାରିର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିଲେ ଶୁଭ। ସମ୍ମୁଖରେ ଯଦି ଝରକା ଥିବ ତା’ହେଲେ ତ ଆହୁରି ଭଲ।
* ଭୁଲ୍‌ରେ ବି ଚପଲ ଉପରେ ଚପଲ ଥାକ କରିକି ରଖିବେ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତିର ବାତାବରଣ ଖେଳି ଯାଇଥାଏ ବୋଲି ମାନ୍ୟତା ରହିଛି।
* ଅନେକଙ୍କର କବାଟ ପଛପଟେ ହ୍ୟାଙ୍ଗର୍‌ରେ ପୋଷାକ ଟଙ୍ଗାଇବାର ଅଭ୍ୟାସ ଥାଏ। କିନ୍ତୁ ଏଭଳି କରିବା ଠିକ୍‌ ନୁହେଁ। କୁହାଯାଏ, ଏଭଳି କଲେ ଘରର ବ୍ୟକ୍ତିଙ୍କୁ କିଛି କାରଣ ନଥାଇ ବି ଅପମାନିତ ହେବାର ଆଶଙ୍କା ରହିଥାଏ।
* ଘରେ କେବେ ବି ଯୁଦ୍ଧ ହେଉଥିବାର ଚିତ୍ର, କାନ୍ଦିବା ଫଟୋ ଲଗାଇବେ ନାହଁି। ଏହାଦ୍ୱାରା ଘରେ ନକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଝାଡ଼ୁକୁ କେବେ ବି ମୋଡିକି ରଖିବା ଠିକ୍‌ ନୁହେଁ। ଏପରି କଲେ ଘରେ ଆର୍ଥିକ ସମସ୍ୟା ଦେଖାଯିବା ସହ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି...

ବାସିଭାତ ଖାଇଲେ ଶରୀରକୁ କ’ଣ ମିଳିଥାଏ? ଜାଣି ରଖନ୍ତୁ…

ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ। ତଥାପି ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି ଏବଂ କେତେ...

ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ, ହୋଇଯିବେ ଦରିଦ୍ର…

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ରରେ, କେବଳ ଦିଗନିର୍ଦ୍ଦେଶର ଗୁରୁତ୍ୱକୁ ବିସ୍ତାରିତ ଭାବରେ ବୁଝାଯାଇ ନାହିଁ, ବରଂ ବ୍ୟକ୍ତିର ଦୈନନ୍ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image