Categories: ଜାତୀୟ

ଆଉ ଏକ ଶାହିନ୍‌ବାଗ କରନାହିଁ: ଭାଜପା

ନୂଆଦିଲ୍ଲୀ,୪ା୨(ପି.ଟି.): ପାର୍ଲାମେଣ୍ଟରେ ବ୍ୟାପକ ବିଚାର ବିମର୍ଶ ପରେ ନୂଆ କୃଷି ଆଇନ ଗୃହୀତ ହୋଇଛି। ଆପୋସ ଆଲୋଚନାରେ ସମସ୍ୟାର ସମାଧାନ ଲାଗି କୃଷକମାନଙ୍କ ପାଇଁ ବାଟ ସବୁବେଳେ ଖୋଲା ଅଛି। ବିରୋଧୀ ଦଳଗୁଡ଼ିକ କୃଷକ ଆନ୍ଦୋଳନକୁ ଆଉ ଏକ ଶାହିନବାଗରେ ପରିଣତ ନ କରନ୍ତୁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ଭାଜପା ପକ୍ଷରୁ କୁହାଯାଇଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ବେଳେ ଭାଜପା ସଦସ୍ୟ ଭୁବନେଶ୍ୱର କଲିତା କହିଥିଲେ, କୃଷକମାନଙ୍କ ଉପରେ ସରକାରଙ୍କ ସମ୍ମାନ ରହିଛି। ସରକାର ସେମାନଙ୍କୁ ନୂଆ କୃଷି ଆଇନ ଜରିଆରେ ନୂଆ ଅଧିକାର ଦେଇଛନ୍ତି। ଚାଷୀଙ୍କ କୌଣସି ଅଧିକାର ବା ସୁବିଧାକୁ ଛଡ଼ାଇ ନିଆଯାଇ ନାହିଁ।

Share