Categories: ଫୁରସତ

ରାତିରେ କରନ୍ତୁନି ଏଭଳି ଭୁଲ, ଦାମ୍ପତ୍ୟ ଜୀବନରେ ଆସିବ ଝଡ଼, ୯୦ ପ୍ରତିଶତ ଯୁବବର୍ଗଙ୍କର ରହିଛି ଏହି ଖରାପ ଅଭ୍ୟାସ…

ନୂଆଦିଲ୍ଲୀ/ଓ୍ବାଶିଂଟନ : ରାତିରେ ଶୋଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଅତି କମରେ ୭ ରୁ ୮ ଘଣ୍ଟା ଭଲ ଶୋଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରା ହୀନତା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର ବିପଦ ଆଣିପାରେ। ସମ୍ପ୍ରତି ଏନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରୁ ଜଣାପଡିଛି ପର୍ଯ୍ୟାପ୍ତ ନିଦ ନ ହେବା ଦ୍ୱାରା ଲୋକଙ୍କ ଦାମ୍ପତ୍ୟ ଜରବନରୁ ସୁଖ ଦୂର ହୋଇ ଯାଉଛି। ଫଳରେ ଜୀବନ ଚିନ୍ତା ଏବଂ ମାନସିକ ସମସ୍ୟାରେ ପରିପୂର୍ଣ୍ଣ ହେଉଛି। ଏହି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ବହୁ ସଂଖ୍ୟକ ଲୋକ କମ ସମୟ ଶୋଇଥାନ୍ତି ଏବଂ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି।

ଆମେରିକୀୟ ସାଇକୋଲୋଜିକାଲ ଆସୋସିଏଶନ (ଏପିଏ) ଦ୍ୱାରା ଏହି ଅଧ୍ୟୟନ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ପର୍ଯ୍ୟାପ୍ତ ନିଦ ନ ହେବା ଲୋକଙ୍କ ଭାବପ୍ରବଣତା ଏବଂ ସ୍ବାସ୍ଥ୍ୟକୁ ଗୁରୁତର ଭାବରେ ନଷ୍ଟ କରିପାରେ। ସେମାନଙ୍କର ସକାରାତ୍ମକ ମନୋବଳ ଏବଂ ଦାମ୍ପତ୍ୟ ଜୀବନର ସୁଖ କମିପାରେ । ଏହି କାରଣରୁ, ଲୋକଙ୍କ ଚିନ୍ତାର ମଧ୍ୟ ବଢ଼ିଥାଏ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ପ୍ରାୟ ୫୦ ବର୍ଷ ଧରି ନିଦ୍ରା ହୀନତା ଏବଂ ମନୋବଳ ମଧ୍ୟରେ ସମ୍ପର୍କ ଉପରେ ଅନୁସନ୍ଧାନ କରିଥିଲେ। ଏହି ଅଧ୍ୟୟନରେ ୫୭୦୦ ରୁ ଅଧିକ ଲୋକ ଅନ୍ତର୍ଭୁକ୍ତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଯୁବକ ଏବଂ କିଶୋର ଥିଲେ। ଅନୁସନ୍ଧାନକାରୀମାନେ ବିଗତ ୫୦ ବର୍ଷର ୧୫୪ ଅଧ୍ୟୟନକୁ ବିଶ୍ଳେଷଣ କରିଥିଲେ ।

ଏହି ଅଧ୍ୟୟନରେ ଆଉ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ ସାମ୍ନାକୁ ଆସିଛି। ଏହି ଅନୁସନ୍ଧାନର ମୁଖ୍ୟ କାରା ପାଲମେରଙ୍କ ଅନୁଯାୟୀ ପ୍ରାୟ ୩୦ ପ୍ରତିଶତ ବୟସ୍କ ଏବଂ ୯୦ ପ୍ରତିଶତ କିଶୋର ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାନ୍ତି। କମ ଶୋଇଥିବା ଲୋକଙ୍କ ମଧ୍ୟରେ ଯୁବବର୍ଗମାନଙ୍କ ସଂଖ୍ୟା ବହୁତ ଅଧିକ। ବିଶ୍ୱାସ କରାଯାଏ ଆମ ସମାଜର ଅଧିକାଂଶ ଲୋକ ପର୍ଯ୍ୟାପ୍ତ ପରିମାଣର ଶୋଇ ନ ଥାନ୍ତି। ଯାହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହି ଦୃଷ୍ଟିରୁ, ଏହି ଗବେଷଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରାର ଅଭାବ ସ୍ବାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ଏବଂ କ୍ରମାଗତ ଭାବରେ କମ ଶୋଇବା ସ୍ବାସ୍ଥ୍ୟ ପାଇଁ ଗୁରୁତର ବିପଦ ଆଣିପାରେ। ନିଦ୍ରାର ଅଭାବ ମେଦବହୁଳତା, ମଧୁମେହ, ଷ୍ଟ୍ରୋକ, ହୃଦ ରୋଗ, ରକ୍ତଚାପ, କିଡନୀ ରୋଗ, ଅଷ୍ଟିଓପୋରୋସିସ, କର୍କଟ, ମାନସିକ ସମସ୍ୟା ଭଳି ଅନେକ ରୋଗର ଆଶଙ୍କା ବଢ଼ାଇଥାଏ ।

 

Share