ଭୁଲ୍‌ରେ ବି ପିଲାଙ୍କ ସମ୍ମୁଖରେ କରନ୍ତୁ ନାହିଁ ଏଭଳି ବ୍ୟବହାର, ସାରା ଜୀବନ ପସ୍ତାଇବେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ନେଇ ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଗୁଡ଼ିକ କଠୋର ହେଲେ ହେଁ ଜୀବନକୁ ସରଳ କରିବାକୁ ସଠିକ୍‌ ମାର୍ଗ ଦେଖାଇଥାଏ। ସେଥିରୁ ଗୋଟିଏ ନୀତି ହେଲା ପିଲାଙ୍କ ଲାଳନପାଳନ। ଚାଣକ୍ୟ କୁହନ୍ତି ଅଭିଭାବକମାନଙ୍କୁ ଛୋଟ ପିଲାଙ୍କ ସମ୍ମୁଖରେ ଭାବିଚିନ୍ତି କଥା କହିବା ଉଚିତ। ପିଲାମାନେ ଏକ ଚାରା ସଦୃଶ। ପିଲାଟିଦିନରୁ ତାଙ୍କୁ ଯେଉଁଭଳି ଭାବେ ଗଢ଼ିବେ, ସେ ବଡ଼ ହେଲେ ସେଭଳି ହେବେ। ଏଣୁ ଏସବୁ ବିଷୟରେ ଧ୍ୟାନ ନ ରଖିଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ।

-ପିଲାଙ୍କ ସମ୍ମୁଖରେ କେବେ ବି ମିଛ କହିବ ନାହିଁ:- ଚାଣକ୍ୟ କୁହନ୍ତି ପିଲାଙ୍କ ସାମ୍ନାରେ ବାପାମା’ଙ୍କୁ କେବେହେଲେ ମିଛ କହିବା ଉଚିତ ନୁହେଁ। ଏଥିସହ ନିଜର ବଡପଣ ଦେଖାଇବା ଉଚିତ ନୁହେଁ। ଏପରି କଲେ ଅଭିଭାବକଟିଏ ପିଲାକୁ ମିଛ କହିବା ଶିଖାଇଥାନ୍ତି।

-ପିଲା ସାମ୍ନାରେ କରନ୍ତୁ ପରସ୍ପରର ସମ୍ମାନ:- ଚାଣକ୍ୟ କୁହନ୍ତି ପିଲାଙ୍କ ସମ୍ମୁଖରେ ବାପାମା’ଙ୍କୁ ପରସ୍ପରର ସମ୍ମାନ କରିବା ଉଚିତ। କାରଣ ଆପଣ ଯାହା କରନ୍ତି ପିଲାଟିଏ ତାହା ଶିଖେ। ଯଦି ପିଲାଙ୍କ ସମ୍ମୁଖରେ ପରସ୍ପରର ଆଦର କର ନାହିଁ ତେବେ ପିଲାଟିଏ ବଡ ହୋଇ ଆପଣଙ୍କ ସହ ସେହିଭଳି ବ୍ୟବହାର କରିବ।

-ପିଲା ସମ୍ମୁଖରେ କଦାପି ଝଗଡ଼ା କରନ୍ତୁ ନାହିଁ:- ଚାଣକ୍ୟ କୁହନ୍ତି ଅନେକ ସମୟରେ ବାପାମା’ ଛୋଟ ଛୋଟ କଥାକୁ ନେଇ ପିଲାଙ୍କ ସମ୍ମୁଖରେ ଝଗଡ଼ା କରନ୍ତି। ଏହି ସମୟରେ ପରସ୍ପରର ଦୁର୍ଗୁଣକୁ କହିବାକୁ ଚେଷ୍ଟା କରନ୍ତି। ହେଲେ ଏଭଳି କଲେ ପିଲା ସମ୍ମୁଖରେ ଆପଣ ତଳକୁ ଖସିଯିବେ। ଏଭଳି କଦାପି କରନ୍ତୁ ନାହିଁ।