Advertisement

ସାବଧାନ! ଭୁଲ୍‌ରେ ବି ଗୁଗଲ୍‌ରେ ଏସବୁ କରନ୍ତୁନି ସର୍ଚ୍ଚ, ହୋଇପାରେ ଜେଲ

ଗୁଗଲ୍‌ ଏମିତି ଏକ ପ୍ଲାଟର୍ଫମ ଯାହା ବିନା ଆଜିକାଲି ସମୟରେ ସବୁକିଛି ଅଧୁରା। ଯେକୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ଲୋକେ ସଙ୍ଗେ ସଙ୍ଗେ ଗୁଗଲ୍‌ର ସହାୟତା ନେଉଛନ୍ତି। ମାତ୍ର ଆପଣ ଜାଣନ୍ତି କି ଏମିତି କିଛି ପ୍ରସଙ୍ଗ ରହିଛି ଯାହାକୁ ଆପଣ ଗୁଗଲ୍‌ରେ ସର୍ଚ୍ଚ କଲେ ଜେଲ୍‌ ଯିବାକୁ ପଡ଼ିବ ବୋଲି। ଖାଲି ଏତିକି ନୁହେଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆଜିକାଲି ହ୍ୟାକର୍ସମାନେ ଗୁଗଲ୍‌ରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ଯଦି ଆପଣ ବ୍ୟାଙ୍କିଙ୍ଗ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି ତେବେ ଏହା ଦ୍ୱାରା ଅସୁବିଧାରେ ପଡ଼ିବେ। କେବେ ବି ଗୁଗଲ୍‌ରେ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ବ୍ୟତୀତର ନିଜର ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ଜିନିଷ ସର୍ଚ୍ଚ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବହୁତ ହାନିକାରକ। ଗୋଟିଏ କଥା ମନେ ରଖିବେ ଗୁଗଲ୍‌ରେ କେବେ ବମ୍‌ ତିଆରି କରିବା ପ୍ରକ୍ରିୟା ସର୍ଚ୍ଚ କରିବେ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଜେଲ୍‌ ହୋଇଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share