ମୁଣ୍ଡ ନ ପୂରାଉ ଭାରତ

ବେଜିଂ, ୯ା୮: ରଣନୈତିକ ଦୃଷ୍ଟିକୋଣaରୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ଏହାର ଗବେଷଣା ଏବଂ ସର୍ଭେ ଜାହାଜ ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ନିୟୋଜିତ ନ କରିବାକୁ କଲମ୍ବୋ କହିଛି। ଜାତୀୟ ନିରାପତ୍ତା ପ୍ରତି ବିପଦ ଦର୍ଶାଇ ଭାରତ ପକ୍ଷରୁ କୂଟନୈତିକ ଚାପ ପଡ଼ିବା ପରେ ଶ୍ରୀଲଙ୍କା ଏହି ଜାହାଜକୁ ଅନ୍ୟତ୍ର ନେaବାକୁ ଚାଇନାକୁ କହିଛି। ଏହାକୁ ନେଇ ଚାଇନା ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। କଲମ୍ବୋ ଓ ବେଜିଂ କାରବାର ମଧ୍ୟରେ ନୂଆଦିଲ୍ଲୀ ମୁଣ୍ଡ ନ ପୂରାଇବାକୁ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ଚାଇନା ଓ ଶ୍ରୀଲଙ୍କା ପରସ୍ପରର ସହଯୋଗରେ ମୁକ୍ତ ଭାବେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଉଭୟ ଦେଶର ସାଧାରଣ ସ୍ବାର୍ଥ ନିହିତ। ଏହା ବାରା କୌଣସି ତୃତୀୟ ପକ୍ଷର କ୍ଷତି ହେବ ନାହିଁ। ସୁରକ୍ଷା ଚିନ୍ତାରେ ଭାରତ ଶ୍ରୀଲଙ୍କା ଉପରେ ଚାପ ପକାଇବା କୌଣସି ମାନେ ରଖେନି ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଚାଇନା ଭାରତର ସାମୁଦ୍ରିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ରିସର୍ଚ୍ଚ ଆଳରେ ଏହି ଜାହାଜକୁ ହମ୍ବନ୍‌ଟୋଟା ବନ୍ଦରରେ ଅଗଷ୍ଟ ୧୧ରୁ ୧୭ ତାରିଖ ଯାଏ ମୁତୟନ କରିବାକୁ ଯୋଜନା କରିଥିଲା। ଚାଇନାର ଏହି ଜାହାଜକୁ ସେଠାରେ ନିୟୋଜିତ ନ କରିବାକୁ ଭାରତ ପକ୍ଷରୁ ଶ୍ରୀଲଙ୍କା ଉପରେ କୂଟନୈତିକ ଚାପ ପଡ଼ିଥିଲା।

Share