ଟିଭି ସିରିଏଲ ‘ଭାବୀ ଜୀ ଘର୍ ପର୍ ହୈ’ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ ବିବାହ ବିଚ୍ଛେଦ ଘଟିଛି। ୧୯ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସେ ସ୍ବାମୀ ପିୟୁଷଙ୍କଠାରୁ ଅଲଗା ହେନା ନେଇ ଶୁଭାଙ୍ଗୀ କହିଛନ୍ତି, ମୁଁ ମୋ କାର୍ଯ୍ୟ ପ୍ରତି ଅତ୍ୟନ୍ତ ଗମ୍ଭୀର ଏବଂ ଏବେ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛି ମୁଁ ୨୦ ବର୍ଷ ବୟସରେ ବିବାହ କରିଥିଲି। ଏହା ସହଜ ନ ଥିଲା। ତଥାପି ସବୁକିଛି ପରିସ୍ଥିତି ସହ ଖାପଖୁଆଇ ଚାଲିଥିଲି। ଭବିଷ୍ୟତରେ ମୁଁ ପ୍ରେମକୁ ଆଉ ଏକ ସୁଯୋଗ ଦେବି ବୋଲି ମୁଁ ଭାବୁନାହଁି, ଲାଗୁଛି ମୁଁ ଆଉ କରିପାରିବି ନାହିଁ। ବର୍ତ୍ତମାନ ଜୀବନରେ ମୋର ସାଥୀ ହେଉଛି ମୋର କାମ। ମୁଁ ଏଣିକି ସମ୍ପର୍କର ଦ୍ୱାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।