Posted inଜାତୀୟ

‘ପ୍ରଧାନଶିକ୍ଷକଙ୍କ ଭଳି ନିର୍ଦ୍ଦେଶ ଦିଅନ୍ତୁ ନାହିଁ’,ରାଜ୍ୟ ସଭାରେ ଧନଖର-ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୯।୮: ଶୁକ୍ରବାର ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା ସାଙ୍ଗେସାଙ୍ଗେ ରାଗି ଯାଇଥିଲେ। ଯାହାକୁ ନେଇ ସେ କହିଛନ୍ତି, ମୁଁ ଜଣେ କଳାକାର ଏବଂ ସବୁ ଇସାରାକୁ ବହୁତ ଭଲ ଭାବରେ ବୁଝି ପାରୁଛି। ଧନଖରଙ୍କୁ ଜୟା ଆହୁରି କହିଛନ୍ତି , ମୋତେ କ୍ଷମା କରିବେ କିନ୍ତୁ ଆପଣଙ୍କର ଏପରି ବ୍ୟବହାର ମୋ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କହିରଖୁଛୁ କି, ଅଧ୍ୟକ୍ଷ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିରେ ରାଜ୍ୟ ସଭା ଏମପି ଜୟା ଅନେକ ଥର ଆପତ୍ତି ଜଣାଇଥିଲେ।

ଯେତେବେଳେ ରାଜ୍ୟ ସଭାରେ ଭାଷଣ ଦେବା ପାଇଁ ଜୟା ବଚ୍ଚନଙ୍କ ପର୍ଯ୍ୟାୟ ଥିଲା, ସେତେବେଳେ ଅଧ୍ୟକ୍ଷ ତାଙ୍କ ନାମ ଡାକିଲେ। ଏହା ଉପରେ ଜୟା ବଚ୍ଚନ କହିଛନ୍ତି, ମୁଁ ଜଣେ କଳାକାର, ମୁଁ ଆପଣଙ୍କ ଇସାରା ଏବଂ ଅଭିବ୍ୟକ୍ତି ବୁଝିପାରୁଛି। ମୋତେ କ୍ଷମା କରନ୍ତୁ ସାର୍‌, କିନ୍ତୁ ଆପଣଙ୍କ ଏପରି ବ୍ୟବହାର ମୋ ପାଇଁ ଗ୍ରହଣୀୟ ନୁହେଁ। ଆପଣ ଚେୟାରରେ ଥିଲେ ମଧ୍ୟ ଆମେ ସହକର୍ମୀ ଅଟୁ। ଆପଣ ମୋତେ ପ୍ରଧାନଶିକ୍ଷକଙ୍କ ପରି ନିର୍ଦ୍ଦେଶ ଦିଅନ୍ତୁ ନାହିଁ। ତେବେ ଜୟାଙ୍କ ଏପରି କଥା ଶୁଣିି ଧନଖର ରାଗି ଯାଇଥିଲେ। ସେ କହିଥିଲେ, ସେହି ଧାରଣାରେ ରୁହନ୍ତୁ ନାହିଁ କି କେବଳ ଆପଣଙ୍କର ଖ୍ୟାତି ଅଛି। ସଂସଦର ଜଣେ ବରିଷ୍ଠ ସଦସ୍ୟ ଭାବରେ ଆପଣଙ୍କର ଗୃହ ଅଧ୍ୟକ୍ଷଙ୍କ ପ୍ରତିଷ୍ଠା ହ୍ରାସ କରିବାକୁ ଲାଇସେନ୍ସ ନାହିଁ।”

ଧନଖର ଆହୁରି କହିଛନ୍ତି, ଆପଣ କିଏ ହୁଅନ୍ତୁ ନା କାହିଁକି, ଆପଣ ଜଣେ ସେଲିବ୍ରିଟି ହୋଇଥିଲେ ମଧ୍ୟ ମୁଁ ଏଭଳି ଜିନିଷକୁ ଆଦୌ ବରଦାସ୍ତ କରିବି ନାହିଁ। ଏହା ମୋର ସ୍ବର, ମୋ ଭାଷା ଏବଂ ମୋର ସ୍ବଭାବ। ମୁଁ କାହାର ଆଦେଶ ଅନୁଯାୟୀ କାର୍ଯ୍ୟ କରେ ନାହିଁ।

ତେବେ ଗୃହ ବାହାରକୁ ଆସି ଜୟା ବଚ୍ଚନ ଗଣମାଧ୍ୟମକୁ କହିଛନ୍ତି, ମୁଁ ବାଚସ୍ପତିଙ୍କ ମୋ ପ୍ରତି ଉଠାଇଥିବା ସ୍ବରକୁ ବିରୋଧ କରିଥିଲି। ଆମେ ସ୍କୁଲ ଯାଉଥିବା ପିଲା ନୁହଁ। ଆମମାନଙ୍କ ମଧ୍ୟରୁ କେତେକ ବରିଷ୍ଠ ନାଗରିକଙ୍କୁ ସେ ଏପରି ବ୍ୟବହାର କରିପାରିବେ ନାହିଁ। ଯେତେବେଳେ ବିରୋଧୀ ଦଳ ନେତା କହିବା ପାଇଁ ଠିଆ ହେଲେ, ସେ ମାଇକ ବନ୍ଦ କରିଦେଲେ। ସେ କିପରି ଏମିତି କରୁଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ନୀତୀଶ କୁମାରଙ୍କୁ ଭେଟିଲେ ଖାନ ସାର୍‌, ବଢୁଛି ରାଜନୈତିକ ଉଷ୍ମତା

ପାଟନା,୨୫।୧୦: ଏବେ ବିହାରର ରାଜଧାନୀ ପାଟନାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାମୂଳକ ପରୀକ୍ଷାର ଜଣାଶୁଣା ଶିକ୍ଷକ ଖାନ ସାର୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri