Posted inଜାତୀୟ

ଜରୁରୀ ନ ଥିଲେ ଇରାନ ଯାଅନି: ଭାରତ

ନୂଆଦିଲ୍ଲୀ,୩ା୧୦: କୌଣସି ଅଣଜରୁରୀ କାର୍ଯ୍ୟରେ ଇରାନ ଯାତ୍ରା ନ କରିବାକୁ ଭାରତୀୟମାନଙ୍କୁ ନୂଆଦିଲ୍ଲୀ ପରାମର୍ଶ ଦେଇଛି। ଇରାନର ଇସ୍ରାଏଲ୍‌ ଆକ୍ରମଣ ପରିପ୍ରେକ୍ଷୀରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ଇରାନରେ ବସବାସ କରୁଥିବା ସମସ୍ତ ଭାରତୀୟ ନାଗରିକ ସତର୍କ ରୁହନ୍ତୁ। ତେହରାନ୍‌ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗସୂତ୍ରରେ ରୁହନ୍ତୁ। ଭାରତ ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛନ୍ତି। ଅତି ଆବଶ୍ୟକ ନ ଥିଲେ କୌଣସି ଭାରତୀୟ ଇରାନକୁ ଯାଆନ୍ତୁ ନାହିଁ ବୋଲି ଉଲ୍ଲେଖ ଥିବା ବିବୃତିକୁ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ଏକ୍ସ’ରେ ଶେୟାର କରିଛନ୍ତି।
ଦିଲ୍ଲୀର ଇସ୍ରାଏଲୀ ଦୂତାବାସରେ କଡ଼ା ସୁରକ୍ଷା
ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର ଥିବାରୁ ନୂଆଦିଲ୍ଲୀର ତୁଗଲକ୍‌ ରୋଡ୍‌ ଅଞ୍ଚଳସ୍ଥିତ ଇସ୍ରାଏଲ ଦୂତାବାସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଧିକ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ବହୁସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଏରିଆର ବିଭିନ୍ନ ସ୍ଥାନରେ ସିସିଟିଭି ସଂଲଗ୍ନ କରାଯାଇଥିବା ଦିଲ୍ଲୀ ପୋଲିସ କହିଛି। ଇସ୍ରାଏଲ୍‌ ଦୂତାବାସ ଓ ଏହା ନିକଟରେ ପୂର୍ବରୁ ୨ ଥର ବିସ୍ଫୋରଣ ଘଟିଥିବାବେଳେ କେହି ମୃତାହତ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତରେ ଆସିଥିବା ଜାମାଇକା ପ୍ରଧାନମନ୍ତ୍ରୀ ହଟହଟା, ସୁରକ୍ଷା ଅଭାବରୁ…

ନୂଆଦିଲ୍ଲୀ,୩ା୧୦: ଭାରତ ଗସ୍ତରେ ଆସିଥିବା ଜାମାଇକାର ପ୍ରଧାନମନ୍ତ୍ରୀ ଆଣ୍ଡ୍ରିୟୁ ହୋଲେନ୍ସଙ୍କ ସୁରକ୍ଷାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ତାଙ୍କୁ ଭାରତ ସଂସଦ ଯିବାରେ ଅସୁବିଧାର...

ଅର୍ଥ ହେରଫେର ମାମଲାରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମନ ପଠାଇଲା ଇଡି

ହାଇଦ୍ରାବାଦ୍‌,୩।୧୦: ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା...

ଦିନଥିଲା ମୁଁ ବି ଚକୋଲେଟ ଖାଇ ରାସ୍ତାରେ ଜରି ପକାଉଥିଲି: ଆଉ ଏବେ..କହୁ କହୁ ଏମିତି କହିଦେଲେ ଗଡକରୀ

ନୂଆଦିଲ୍ଲୀ,୩।୧୦: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସ୍ବଚ୍ଛ ଭାରତ ଅଭିଯାନ ଉପରେ ଏକ ବିଶେଷ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଚକୋଲେଟ ଖାଇବା ପରେ...

କୋହଲି-ରୋହିତଙ୍କୁ ବଡ଼ ଉପହାର ଦେଲେ ଏହି ବାଂଲାଦେଶ ଷ୍ଟାର କ୍ରିକେଟର୍‌

ନୂଆଦିଲ୍ଲୀ,୩।୧୦: ନିକଟରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଥିଲା। ଏହା ପରେ ରୋହିତ ବ୍ରିଗେଡ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ...

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟାକଲେ ୨ ଦୁର୍ବୃତ୍ତ

ନୂଆଦିଲ୍ଲୀ,୩ା୧୦: ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗୁରୁବାର ପୋଲିସ କହିଛି, କାଳିନ୍ଦୀକୁଞ୍ଜ ଥାନା ଅନ୍ତର୍ଗତ ଜୟତପୁରର ନିମା ହସ୍ପିଟାଲ ଭିତରେ ଜଣେ...

ହରିୟାଣା ନିର୍ବାଚନରେ ଏଣ୍ଟ୍ରି କଲେ ବୀରେନ୍ଦ୍ର ସେହ୍ବାଗ: ଏହି ଦଳର ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ଚଣ୍ଡିଗଡ,୩।୧୦:ଅକ୍ଟୋବର ୫ରେ ହରିୟାଣାରେ ମତଦାନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ। ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ ହେବ।...

ୟୁପି ଦେଶର ପ୍ରଥମ ଦାରିଦ୍ର ମୁକ୍ତ ରାଜ୍ୟ ହେବ, ସିଏମ ଯୋଗୀଙ୍କ ଘୋଷଣା

ଲକ୍ଷ୍ନୌ,୩।୧୦:  ଉତ୍ତରପ୍ରଦେଶରେ ଏବେ କୌଣସି ଗରିବ ରହିବେ ନାହିଁ। ୟୁପି ଦେଶର ପ୍ରଥମ ରାଜ୍ୟ ହେବ ଯାହା ଗରିବରୁ ମୁକ୍ତ ହେବ। ସିଏମ ଯୋଗୀ ଆଦିତ୍ୟନାଥ...

ନିର୍ବାଚନ ରାଲିରେ ବି ବୁଲଡୋଜର ଆକ୍ସନ, ବୁଲଡୋଜରରୁ ବର୍ଷିଲା ଟଙ୍କା, ଭିଡିଓ ଭାଇରାଲ

ଫିରୋଜପୁର,୩।୧୦: ବର୍ତ୍ତମାନ ବୁଲଡୋଜର ଖବର ଗଣମାଧ୍ୟମରେ ହେଡଲାଇନ ରହି ଆସୁଛି। ବିଶେଷକରି ଉତ୍ତରପ୍ରଦେଶରେ ବୁଲଡୋଜର ଆକ୍ସନ ବହୁତ ହୋଇଥାଏ। କିନ୍ତୁ ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri