‘ରାଞ୍ଚତ୍କୁ ନ ଯାଉ ରାଉରକେଲା ଏନ୍‌ଆଇଏମ୍‌ଆର୍‌’

ଭୁବନେଶ୍ୱର, ୧।୪(ବ୍ୟୁରୋ):ରାଉରକେଲାରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଲେରିଆ ରିସର୍ଚ୍ଚ (ଏନ୍‌ଆଇଏମ୍‌ଆର୍‌)କୁ ରାଞ୍ଚତ୍କୁ ସ୍ଥାନାନ୍ତର ନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ସେ ଲେଖିଛନ୍ତି ଯେ, ୧୯୮୮ରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାଠାରେ ଏନ୍‌ଆଇଏମ୍‌ଆର୍‌ ସ୍ଥାପିତ ହୋଇଥିଲା। ମ୍ୟାଲେରିଆ ଉପରେ ଅଧିକ ଗବେଷଣା ସହ ନିରାକରଣ କ୍ଷେତ୍ରରେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ଏବେ ରାଜ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି ଓ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି। ଏଥିସହିତ ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଏବଂ ବଣଜଙ୍ଗଲ ଘେରା ଅଞ୍ଚଳର ମ୍ୟାଲେରିଆର ପ୍ରକୋପ କମିଛି। ଏହି ପ୍ରତିଷ୍ଠାନକୁ ରାଞ୍ଚତ୍କୁ ସ୍ଥାନାନ୍ତର ନିଷ୍ପତ୍ତି କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ। ଏହାଦ୍ୱାରା ମାଲେରିଆ ରିସର୍ଚ୍ଚ କ୍ଷେତ୍ରରେ କୌଣସି କାର୍ଯ୍ୟ ସାଧିତ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡ଼ିଶା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ହରାଇବ। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଆବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ତେଣୁ ଏହି ପ୍ରତିଷ୍ଠାନକୁ ରାଞ୍ଚତ୍କୁ ସ୍ଥାନାନ୍ତର ନ କରିବାକୁ ମନ୍ତ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି।

Share