ଘରୁ ବାହାରନ୍ତୁ ନାହିଁ: ଆଡଭାଇଜରି ଜାରି କଲେ ସରକାର

ନୂଆଦିଲ୍ଲୀ/ଢାକା,୧୮।୭: ବାଂଲାଦେଶରେ ସଂରକ୍ଷଣର ଦାବିକୁ ନେଇ ଉତ୍ତେଜନା କାରଣରୁ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଶର ଅଧିକାଂଶ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଏବଂ ସେଠାରେ ରହୁଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ଭ୍ରମଣରୁ ଦୂରେଇ ରହିବା ଏବଂ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।
ଭାରତୀୟ ଦୂତାବାସ ଏକ ଆଡଭାଇଜରି ଜାରି କରି କହିଛି, ଯଦି କୌଣସି ଭାରତୀୟ ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ତୁରନ୍ତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରନ୍ତୁ। ଏଥିପାଇଁ କିଛି ନମ୍ବର ମଧ୍ୟ ଜାରି କରାଯାଇଛି। ଏହା ୨୪ ଘଣ୍ଟା ଖୋଲା ରହିବ।

ଭାରତୀୟ ଉଚ୍ଚାୟୁକ୍ତ, ଢାକା- + 880-1937400591 (ହ୍ବାଟ୍ସଆପ୍‌ରେ ମଧ୍ୟ ଯୋଗାଯୋଗ କରିପାରିବେ)
ଭାରତର ସହକାରୀ ଉଚ୍ଚାୟୁକ୍ତ, ଚିଟାଗଙ୍ଗ-+ 880-1814654797/+880-1814654799(ହ୍ବାଟ୍ସଆପ୍‌ରେ ମଧ୍ୟ ଯୋଗାଯୋଗ କରିପାରିବେ)
ଭାରତର ସହକାରୀ ହାଇ କମିଶନ, ରାଜଶାହୀ + 880-1788148696 (ହ୍ବାଟ୍ସଆପ୍‌ରେ ମଧ୍ୟ ଯୋଗାଯୋଗ କରିପାରିବେ)
ଭାରତର ସହକାରୀ ହାଇକମିଶନ, ସିଲହଟ- + 880-1313076411 (ହ୍ବାଟ୍ସଆପ୍‌ରେ ମଧ୍ୟ ଯୋଗାଯୋଗ କରିପାରିବେ)
ଭାରତର ସହକାରୀ ହାଇ କମିଶନ, ଖୁଲନା- + 880-1812817799 (ହ୍ବାଟ୍ସଆପ୍‌ରେ ମଧ୍ୟ ଯୋଗାଯୋଗ କରିପାରିବେ)

Share