Categories: ଜାତୀୟ

ସମସ୍ତ ‘ମାଗଣା’ ସେବା ବନ୍ଦ ହେବାକୁ ଦେବି ନାହିଁ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଖବରକାଗଜରେ ପ୍ରତିଦିନ ପଢୁଥିଲେ, ଆମ କାର୍ଯ୍ୟରେ ବାଧା ସୃଷ୍ଟି ପାଇଁ କିପରି ପ୍ରୟାସ କରାଯାଉଛି। ମେ ୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଉପରେ ଆସିଥିଲା। ନିର୍ବାଚିତ ସରକାରଙ୍କର ସମସ୍ତ କ୍ଷମତା ରହିବା ଉଚିତ୍‌ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। କିନ୍ତୁ ୮ ଦିନ ମଧ୍ୟରେ ଅର୍ଥାତ୍‌ମେ ୧୯ରେ, ସେମାନେ ଦିଲ୍ଲୀ ଅର୍ଡିନାନ୍ସ (ଦିଲ୍ଲୀ ସେବା ଅଧିନିୟମ ୨୦୨୩) ଆଣି ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ରଦ୍ଦ କରିଦେଲେ।
କେଜ୍‌ରିୱାଲ ଦିଲ୍ଲୀବାସୀଙ୍କୁ କହିଛନ୍ତି ଯେ, କେନ୍ଦ୍ର ପୁଣିଥରେ ସରକାରଙ୍କ ଶକ୍ତି ଛଡ଼ାଇ ନେଇଛି। ଏହା ସତ୍ତ୍ୱେ ଦିଲ୍ଲୀବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଏଠାରେ ଅଛି, ମୁଁ ଆପଣଙ୍କ କାମ ବନ୍ଦ କରିବାକୁ ଦେବି ନାହିଁ। ସେମାନେ ମୋଠାରୁ କେତେ ଶକ୍ତି ଛଡ଼ାଇ ପାରିବେ? ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି। ଆପଣଙ୍କ ବିଦ୍ୟାଳୟ ଏବଂ ମୋହଲା କ୍ଲିନିକଗୁଡିକ କାର୍ଯ୍ୟ ଜାରି ରଖିବ। ସମସ୍ତ ମାଗଣା ସେବା ଜାରି ରହିବ। ଆପଣ ମାଗଣା ବିଦ୍ୟୁତ୍‌ ପାଇବା ଜାରି ରଖିବେ। ମାଗଣାରେ ଜଳ ଉପଲବ୍ଧ ହେବ। ଆମ ସରକାର ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ମୁଁ ଆଶା କରୁଛି ସୁପ୍ରିମକୋର୍ଟ ଆମ ସପକ୍ଷରେ ନିଷ୍ପତ୍ତି ନେବେ। ସର୍ବୋଚ୍ଚ ନ୍ୟାୟାଳୟ ସବୁବେଳେ ଦିଲ୍ଲୀର ଲୋକଙ୍କ ଯତ୍ନ ନେଇଆସୁଛି। ଏଥର ମଧ୍ୟ ଯତ୍ନ ନେବୁ।

Share