ମଥୁରା,୨୮।୧୨: “କାହାକୁ ତୀର୍ଥଯାତ୍ରୀଙ୍କ ସହରର ଶାନ୍ତି ଭଙ୍ଗ କରିବାକୁ ଦିଅ ନାହିଁ। ଏମାନଙ୍କୁ ଭୋଟ ମିଳୁନାହିଁ। ଏଣୁ ଯେଉଁଠାରେ ଲୋକେ ଶାନ୍ତିରେ ପ୍ରାର୍ଥନା କରୁଛନ୍ତି, ସେଠାକାର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି ସେମାନେ। ମଥୁରାକୁ ମୁଜାଫରନଗର ହେବାକୁ ଦିଅ ନାହିଁ”। ଭାଜପାର ନାମ ପ୍ରକାଶ ନ କରି ଏଭଳି ଶବ୍ଦରେ ସମାଲୋଚନା କରିଛନ୍ତି ଭାରତୀୟ କିଷାନ ୟୁନିଅନର ଜାତୀୟ ପ୍ରବକ୍ତା ରାକେଶ ଟିକାଏତ୍।
ଏଭଳି ଦଳର ଜାଲରେ ପଡ଼ ନାହିଁ। ନ ହେଲେ ଅନେକ ଲୋକ ଚାକିରି ହରାଇବେ। ନିଯୁକ୍ତି ସୁଯୋଗ ନ ମିଳିଲେ ମଥୁରାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବ ବୋଲି ଟିକାଏତ କହିଛନ୍ତି।