ନୀଳଗିରି,୨୩ା୧(ସ୍ବ.ପ୍ର):ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିଛି। ସଜନାଗଡ଼ ପଞ୍ଚାୟତ ଅନ୍ତର୍ଗତ ନୂଆସାହି ଗ୍ରାମ ନିକଟରେ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ନିଅଁା ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଛନ୍ତି। କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଅଁାରେ ବହୁ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମୀଭୂତ ହୋଇଯାଇଛି। ଏନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ନୀଳଗିରି ଉପଖଣ୍ଡରେ ଥିବା ସଂରକ୍ଷିତ ଜଙ୍ଗଲ ଓ କୁଲଡ଼ିହା ଅଭୟାରଣ୍ୟର ସୁରକ୍ଷା ପାଇଁ ସଂଲଗ୍ନ ଗ୍ରାମଗୁଡ଼ିକରେ ବନବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ଶିବିର ଆୟୋଜନ କରିବା ଲାଗି ମତ ପ୍ରକାଶ ପାଇଛି।