Posted inରାଜ୍ୟ

ହଟ୍ଟଗୋଳ କରନି, କ୍ୟାରିୟରକୁ ଦେଖ: ରିଜିଜୁ

ଭୁବନେଶ୍ୱର,୧୮।୮(ଅନିଲଦାସ): ଦୁଇ ମିନିଟ୍‌ ଗୃହରେ ହଙ୍ଗାମା କରି ଖବରର ସିରୋନାମା ନ ପାଲଟି ଲମ୍ବା କ୍ୟାରିୟର ପାଇଁ ଧ୍ୟାନଦେବାକୁ ବିଧାୟକମାନଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ମନ୍ତ୍ରୀ କିରେନ୍‌ ରିଜିଜୁ ପରାମର୍ଶ ଦେଇଛନ୍ତି। ବିଧାନସଭା ପରିସରରେ ନବନିର୍ବାଚିତ ବିଧାୟକମାନଙ୍କ ନିମନ୍ତେ ଓଡ଼ିଶା ବିଧାନସଭା ପକ୍ଷରୁ ଶନିବାର ଆରମ୍ଭ ହୋଇଥିତ୍ବା ୨ ଦିନିଆ ଜ୍ଞାନସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଗୃହର କାର୍ଯ୍ୟକଳାପରେ ବିଧାୟକମାନଙ୍କର ସକ୍ରିୟ ଅଂଶଗ୍ରହଣ ରହିବା ଦରକାର। ରାଜନୈତିକ ଜୀବନରେ ଉତ୍‌ଥାନ, ପତନ ଲାଗିରହିଥାଏ। ପରସ୍ପର ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ତଥା ନିଜ ନିଜର ଅନୁଭୂତିକୁ ବାଣ୍ଟିଲେ ସେଥିରୁ ବହୁତ କିଛି ଶିକ୍ଷଣୀୟ ଉପାଦାନ ମିଳିଥାଏ। ଜଣେ ଭଲ ସାଂସଦ, ବିଧାୟକ ହେବା ପାଇଁ ଗଭୀର ଅଧ୍ୟୟନ ଓ ଜ୍ଞାନ ଆହରଣର ଆବଶ୍ୟକତା ରହିଛି ବୋଲି ରିଜିଜୁ କହିଛନ୍ତି।
ଅଧ୍ୟକ୍ଷତାକରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିଧାନସଭାର କାର୍ଯ୍ୟଧାରା ଓ ତତ୍‌ ସମ୍ପର୍କିତ ନିୟମ ତଥା ବ୍ୟବସ୍ଥାପକମାନଙ୍କ ଦାୟିତ୍ୱ, ଅଧିକାର ଓ ସ୍ବାଧିକାର ସମ୍ପର୍କରେ ଆଲୋଚନା ହୋଇଆସୁଅଛି। ଫଳରେ ଜନସ୍ବାର୍ଥ ସମ୍ବଳିତ ବିଷୟବସ୍ତୁଗୁଡ଼ିକୁ ଆଲୋଚନା ପାଇଁ ବିଧାନସଭାରେ ସଦସ୍ୟମାନେ ନିର୍ଦ୍ୱନ୍ଦ୍ୱରେ ଯୋଗଦାନକରି ଜନହିତକର କାର୍ଯ୍ୟ ପାଇଁ ସ୍ବର ଉତ୍ତୋଳନ କରିପାରୁଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗଣତାନ୍ତ୍ରିକ ଶାସନ ପଦ୍ଧତିର ଠିକ୍‌ କାର୍ଯ୍ୟକାରିତା ହିଁ ଆମ ଦେଶକୁ ଉନ୍ନତି ପଥରେ ଅଗ୍ରସର କରାଇ ଚାଲିଛି। ସେହିପରି ଓଡ଼ିଆ ଅସ୍ମିତା ଓ ପରମ୍ପରାକୁ ନେଇ ଆମ ଓଡ଼ିଶାକୁ ବିକଶିତ ଭାରତ ବର୍ଷର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ଏ କ୍ଷେତ୍ରରେ ଜନ ପ୍ରତିନିଧିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ I ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ମତରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସବୁବେଳେ ଯୋଗ୍ୟ ବ୍ୟକ୍ତି ଓ ସମାଜ ସେବାରେ ବ୍ରତୀ ରହୁଥିବା ଲୋକ ପ୍ରତିନିଧି ନିର୍ବାଚିତ ହୋଇଆସିବା ଦରକାର। ଏହି କର୍ମଶାଳା ସଦସ୍ୟମାନଙ୍କୁ ବିଧାନସଭାର କାର୍ଯ୍ୟଧାରା ଓ ପରିଚାଳନା ଅନୁସାରେ ଗୃହର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଣେ ଶୃଙ୍ଖଳିତ ସଦସ୍ୟ ହୋଇ ନିୟମର ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆମ ଗଣତାନ୍ତ୍ରିକ ଶାସନ ହେଉଛି ଏକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା। ଜନସାଧାରଣଙ୍କ ଆଶା, ଭରସା ଓ ଆସ୍ଥାକୁ ନିଷ୍ଠା, ସାଧୁତା ଓ ସେବା ମନୋଭାବ ବଳରେ ଲୋକପ୍ରିୟତା କରିବା ହେଉଛି ଏହି ପଦପଦବୀର ଉପଯୁକ୍ତ ଯୋଗ୍ୟତା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିବାବେଳେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ ଇ-ବିଧାନ ପ୍ରୟୋଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ଆଇସି ଓଡ଼ିଶାର ରାଜ୍ୟ ଇନଫର୍ମେଟିକ ଅଫିସର ଅଶୋକ କୁମାର ହୋତା, ନୂଆଦିଲ୍ଲୀସ୍ଥିତ ନେଭାର ମୁଖ୍ୟ ସଞ୍ଜୀବ ପ୍ରମୁଖ ଏହି ପ୍ରୟୋଗ ମାଧ୍ୟମରେ ବିଧାନସଭାର କାର୍ଯ୍ୟ କିପରି ସହଜ, ସୁନ୍ଦର ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଜନପ୍ରତିନିଧିମାନଙ୍କର ବିଶେଷ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ବିଧାୟକ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ବଜେଟ ପ୍ରସ୍ତୁତି ଓ ଉପସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଲୋକ ସଭା ସଚିବାଳୟର ନିର୍ଦ୍ଦେଶକ ବଜେଟ ଉପସ୍ଥାପନ ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ରଘୁନାଥ ଜଗଦ୍ଦଳାଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କର ପ୍ରଶ୍ନ ଉପସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା। ଲୋକ ସଭା ସଚିବାଳୟର ପୂର୍ବତନ ଯୁଗ୍ମସଚିବ ବିନୟ କୁମାର ମୋହନ ଏ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ବିଧାନସଭାର ସଚିବ ଦାଶରଥି ଶତପଥୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ କେନ୍ଦ୍ର ମନ୍ତ୍ରୀଙ୍କ ଯୋଗଦାନକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri