ଘରର ଏସବୁ ସ୍ଥାନରେ ଲଗାନ୍ତୁ ନାହିଁ ମୃତବ୍ୟକ୍ତିଙ୍କ ଫଟୋ: ହେବ ଧନ ହାନି

ହିନ୍ଦୁଧର୍ମ ଅନୁଯାୟୀ ପିତୃପୁରୁଷଙ୍କ ଶ୍ରାଦ୍ଧର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ନାହିଁ ସେମାନଙ୍କୁ ବହୁ ପାପ ସହିବାକୁ ପଡିଥାଏ। ବାସ୍ତୁ ଅନୁଯାୟୀ, ପୂର୍ବଜ ବା ମୃତ ବ୍ୟକ୍ତିଙ୍କ ଫଟୋ ଘରେ ଲଗାଇବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍‌।

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ପୂର୍ବଜଙ୍କ ଫଟୋ ସବୁବେଳେ ଘରର ଉତ୍ତର ଭାଗରେ ଥିବା କୋଠରିରେ ରଖାଯିବା ଉଚିତ୍‌। ଯଦି ଆପଣ ଏହା କରିପାରିବେ ନାହିଁ, ତେବେ ଆପଣ ଯେଉଁଠାରେ ବି ରଖନ୍ତୁ ଫଟୋକୁ ଉତ୍ତର କାନ୍ଥରେ ଟାଙ୍ଗନ୍ତୁ। ଯାହା ଫଳରେ ସେମାନଙ୍କର ଦୃଷ୍ଟିକୋଣ ଦକ୍ଷିଣ ଆଡକୁ ରହିବ। ଦକ୍ଷିଣ ଦିଗ ଅକାଳ ମୃତ୍ୟୁ ଏବଂ ସଙ୍କଟକୁ ରୋକିଥାଏ।

ମୃତ ବ୍ୟକ୍ତି କିମ୍ବା ପୂର୍ବପୁରୁଷଙ୍କ ଫଟୋ ଲଗାଇବା ସମୟରେ ଏହି କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ।

> ପିତୃପୁରୁଷଙ୍କ ଫଟୋ କଦାପି ମଧ୍ୟମ ସ୍ଥାନରେ ସ୍ଥାପିତ ହେବା ଉଚିତ ନୁହେଁ କାରଣ ଏହା ସମ୍ମାନ ହରାଇଥାଏ। ପଶ୍ଚିମ କିମ୍ବା ଦକ୍ଷିଣରେ ଲଗାଇଲେ ସମ୍ପତ୍ତି ନଷ୍ଟ ହୋଇଯାଏ।

> ଦେବୀ ଏବଂ ଭଗବାନଙ୍କ ସହିତ ପରିବାରର ମୃତ ଲୋକମାନଙ୍କର ପଟୋ କେବେବି ରଖନ୍ତୁ ନାହିଁ।

> ଘରେ କୌଣସି ପିତୃପୁରୁଷଙ୍କ ଏକରୁ ଅଧିକ ଫଟୋ ରହିବା ଠିକ୍‌ ନୁହେଁ।

> ପିତୃପୁରୁଷଙ୍କ ଫଟୋକୁ ଏପରି ସ୍ଥାନରେ ରଖନ୍ତୁ ନାହିଁ, ଯେଉଁଠାକୁ ଯିବା ଆସିବା ସମୟରେ ଦେଖିପାରିବେ।

> ସଭା, ଶୟନ କକ୍ଷ ଏବଂ ରୋଷେଇ ଘରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ