Categories: Uncategorized

ନ ଆଣୁ ବିପଦ…

ଏବେ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ରଙ୍ଗ ବେପାରୀମାନେ ବୁଝି ନଥା’ନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଠିକ୍‌ ବା ଭୁଲ୍‌?

ଫଗୁଣର ମହକକୁ ସଜେଇ ଆସିଛି ଫଗୁ ଫଗୁଣର ହୋଲି । ତେବେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଅବିର ଆନନ୍ଦଠାରୁ ରଙ୍ଗ ପିଚିକାରି ଖେଳର ହୋଲି ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସତର୍କତା ରହିଛି। ପ୍ରାୟତଃ ପିଲାମାନେ ଏହି ଫଗୁଣର ଆନନ୍ଦରେ ହଜାଇବାକୁ ଚାହାନ୍ତି। ତେବେ ପିଲାମାନଙ୍କ ପାଇଁ ସତର୍କତାର ଅଭାବ ରହିଲେ ଏହା ସେମାନଙ୍କ ପାଇଁ ହୁଏତ କଷ୍ଟର କାରଣ ବି ହୋଇପାରେ। ପ୍ରାୟତଃ ଦେଖାଯାଇଥାଏ, ପିଲାମାନେ ହୋଲିରେ ବେଶ୍‌ ଖୁସି ମିଜାସ୍‌ ଭିତରେ ସମୟ କଟାଇବାକୁ ଚାହିଁଥା’ନ୍ତି। ଏହା ଭିତରେ ସେମାନେ ରଙ୍ଗର ତାତ୍ପର୍ଯ୍ୟ ଓ ବୈଜ୍ଞାନିକ କାରଣ, ଏହା ସହ ତଜ୍ଜନିତ କୁପ୍ରଭାବ ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ସମ୍ଭବତଃ ପାଇନଥା’ନ୍ତି। ପିଲାମାନେ ସ୍ବାଭାବିକ ଭାବେ ଖେଳକୁଦ କରି ସମୟକୁ ବେଶ୍‌ ହସଖୁସି ସହ କଟାଇବାକୁ ଚାହୁଁଥିଲେ ବି ସାମାନ୍ୟ ସତର୍କତାର ଅଭାବ ରହିଲେ ଏହା ପିଲାମାନଙ୍କ ପାଇଁ କଷ୍ଟ ଓ ଯନ୍ତ୍ରଣାର ଅବସର ସୃଷ୍ଟି କରିଥାଏ।
ବର୍ତ୍ତମାନ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ରଙ୍ଗ ବେପାରୀମାନେ ବୁଝି ନଥା’ନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଠିକ୍‌ ବା ଭୁଲ୍‌? ଅଧିକାଂଶ କ୍ଷେତ୍ରରେ ଦେଖାଯାଇଥାଏ, ପିଲାମାନେ ସର୍ବପ୍ରଥମେ ଚର୍ମ ସମସ୍ୟାଠାରୁ ଆଖି ସମସ୍ୟା ଏପରିକି ଭେଷଜ ସମସ୍ୟାଠାରୁ ଶିଶୁରୋଗ ବିଭାଗର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି ।
ପ୍ରଥମତଃ ପିଲାମାନେ ଆନନ୍ଦ ସହକାରେ ହୋଲିରେ ନିଜକୁ ହସଖୁସିର ସହିତ ପରିବାର କେହିବି ହୁଅନ୍ତୁ ବା ସାଙ୍ଗସାଥୀ ଖୁସିରେ କଟାଇବାକୁ ଚାହାନ୍ତି। କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ରଙ୍ଗ ବ୍ୟବସାୟୀମାନେ କୁପ୍ରଭାବ ରହୁଥିବା ରଙ୍ଗ ସମ୍ମିଶ୍ରଣକୁ ମିଶାଉଥିବାରୁ ଏହା ପରବର୍ତ୍ତୀ ସମୟରେ ପିଲାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥିଲେ ବି ସେମାନେ ବ୍ୟବସାୟିକ ଦୃଷ୍ଟିକୋଣରୁ ଚିନ୍ତା କରିନଥା’ନ୍ତି। ପିଲାମାନେ ସ୍ବାଭାବିକ ଭାବରେ ଖେଳ ଓ ଆନନ୍ଦପ୍ରିୟ ହୋଇଥିବାରୁ ସେମାନେ ପରବର୍ତ୍ତୀ ତଜ୍ଜନିତ ପାର୍ଶ୍ୱପ୍ରତିକ୍ରିୟାକୁ ଚିନ୍ତା କରିନଥା’ନ୍ତି, ଯାହାକି ସବୁଠାରୁ ବଡ଼ ସମସ୍ୟାର କାରଣ ହୋଇଥାଏ। ଅବିରର ରଙ୍ଗଗୁଣ୍ଡ କେତେକ କ୍ଷେତ୍ରରେ ଖରାପ ହୋଇପାରିନଥାଏ ସତ, କିନ୍ତୁ ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ରାସାୟନିକ ରଙ୍ଗଯୁକ୍ତ ଅବିର ହେଉ ବା ହୋଲି ପିଚିକାରିର ରଙ୍ଗ ନିଶ୍ଚିତ ଭାବେ ପିଲାମାନଙ୍କ ବିଶେଷକରି ଚର୍ମ କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଦ୍ୱିତୀୟତଃ ପିଲାମାନେ ବେଳେବେଳେ ରଙ୍ଗ ବୋଳିବା ସମୟରେ ଚକ୍ଷୁକୁ ଗୁରୁତ୍ୱ ଦେଉ ନ ଥିବାରୁ ଏହା ଚକ୍ଷୁକୁ ହିଁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିପାରେ, ଯାହାକି ପରବର୍ତ୍ତୀ ସମୟରେ କୋମଳମତି ପିଲାଙ୍କ ପାଇଁ ଯନ୍ତ୍ରଣାର କାରଣ ହୋଇଥାଏ।
ବିଶେଷକରି ହୋଲି ସମୟରେ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଭାବରେ ତପତ୍ରତା ପ୍ରକାଶ କରିଥାଏ। ଏହାର ଯଥେଷ୍ଟ ପୂର୍ବରୁ ଗଣମାଧ୍ୟମରେ ପିଲାମାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ବିଭିନ୍ନ ସଚେତନତାଧର୍ମୀ ବିଜ୍ଞାପନ ଓ ଲେଖା ପ୍ରକାଶ ପାଇଥାଏ। ସରକାର ହୋଲି ସମୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ଖବରକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କରି ରାଜ୍ୟର ବଡ଼ ମେଡିକାଲ ହେଉ ବା ଶିଶୁଭବନ, ଜିଲ୍ଲା ହସ୍ପିଟାଲ ହେଉ ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସବୁଠାରେ ପିଲାଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ଚିକିତ୍ସା ବା ପରାମର୍ଶକୁ ଗୁରୁତ୍ୱ ଦେଇଥା’ନ୍ତି।

-ପ୍ରଫେସର ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ,
ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର, ମୋ: ୯୪୩୭୧୨୪୦୭୪