ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୩ କଥା, ନଚେତ ହେବ ବିବାହ ବିଚ୍ଛେଦ

ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଯଦି ଏହି ସମ୍ପର୍କରେ ସତ୍ୟ, ବିଶ୍ୱାସ ଏବଂ ପ୍ରେମ ମିଶି କି ରହିଥାଏ ତେବେ ଏହା ଅଧିକ ଶକ୍ତିଶାଳୀ ହୁଏ। ପ୍ରାୟତଃ କୁହାଯାଏ, ସାଥୀଙ୍କ ସାମ୍ନାରେ ଆମେ ସବୁକିଛି କହିବା ଉଚିତ। ଏହା ସମ୍ପର୍କରେ ବିଶ୍ୱାସ ବଢ଼ାଇଥାଏ ଏବଂ ପ୍ରେମ ଗଭୀର ହୋଇଥାଏ। କିନ୍ତୁ ମହାନ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ କହିଛନ୍ତି, ଏମିତି କିଛି କଥା ଅଛି, ଯାହାକୁ ସ୍ତ୍ରୀଙ୍କ ଆଗରେ ସ୍ବାମୀ ଆଦୌ କହିବା କଥା ନୁହେଁ। ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ବିବାହ ବିଚ୍ଛେଦ ମଧ୍ୟ ହୋଇଥାଏ।

ଜାଣନ୍ତୁ ଏହି କଥାଗୁଡ଼ିକ କ’ଣ…

ବିବାହ ପରେ ପୁରୁଷମାନେ ସ୍ତ୍ରୀଙ୍କ ଆଗରେ କେବେ ବି ତାଙ୍କ ପୂର୍ବ ପ୍ରେମିକା କଥା କୁହନ୍ତୁ ନାହିଁ। ଏପରି କରିବା ଦ୍ୱାରା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହି ନ ଥାଏ। ଏହି ନିୟମ ସ୍ତ୍ରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ସେମାନେ ସେମାନଙ୍କର ଅତୀତ ସମ୍ପର୍କ ବିଷୟରେ ସ୍ବାମୀଙ୍କୁ ନ କହିବା ପାଇଁ ଚେଷ୍ଟା କରନ୍ତୁ। କାରଣ ଏହା ବୈବାହିକ ଜୀବନ ପାଇଁ ଭଲ।

ଚାଣକ୍ୟଙ୍କ ନୀତିରେ କୁହାଯାଇଛି, ଜଣେ ପୁରୁଷ ନିଜ ରୋଜଗାର ବିଷୟରେ ସଠିକ ସୂଚନା ସ୍ତ୍ରୀଙ୍କ ସହ ଶେୟାର କରିବା ଉଚିତ ନୁହେଁ। କେତେ ରୋଜଗାର ଟଙ୍କା କରୁଛ ସେ ବିଷୟରେ ସ୍ତ୍ରୀଙ୍କୁ ଜଣାନ୍ତୁ ନାହିଁ। ଯଦି ସ୍ତ୍ରୀ ଆପଣଙ୍କ ଟଙ୍କା ବିଷୟରେ ଜାଣନ୍ତି, ବେଳେବେଳେ ଏହି ଟଙ୍କାକୁ ନେଇ କଳିଝଗଡ଼ା ଆରମ୍ଭ ହୁଏ। ଧିରେ ଧିରେ ଦାମ୍ପତ୍ୟ ଜୀବନରେ ଦୁଃଖ ଆସେ।

ଆଉ ମଧ୍ୟ ଚାଣକ୍ୟ ଏକ କଥା କହିଛନ୍ତି, ସ୍ବାମୀ କେବେ ବି ନିଜ ଦୁର୍ବଳତା ବିଷୟରେ ସ୍ତ୍ରୀଙ୍କୁ କହିବା ଉଚିତ ନୁହେଁ। ଯଦି ସ୍ତ୍ରୀଙ୍କ ସାମ୍ନାରେ ଦୁର୍ବଳତା ପ୍ରକାଶ କରନ୍ତି ତେବେ ସେ ଫାଇଦା ଉଠାଇବେ। ଏହି କାରଣରୁ ସ୍ବାମୀ ନିଜର ଦୁର୍ବଳତାକୁ ସ୍ତ୍ରୀଙ୍କଠାରେ ଲୁଚାଇବା ଉଚିତ। ଏହି ଛୋଟ ଛୋଟ କଥାକୁ ମାନି ଚଳିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଉଠିବ ବୋଲି ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ ରହିଛି।