ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର,୧୧।୭: ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କଠାରେ ଅଧିକ ଆଖିଧରା ରୋଗ ଦେଖାଯାଉଥିବା ଖବର ଆସୁଛି । ତେବେ କେତେ ଛାତ୍ରଛାତ୍ରୀ ଆଖିଧରାରେ ସଂକ୍ରମିତ ହେଉଛନ୍ତି, ଶିକ୍ଷାଦାନ କେତେ ବ୍ୟାହତ ହେଉଛି ସେ ତଥ୍ୟ ଆସିନି । ସେ ତଥ୍ୟ ଆସିବା ପରେ ଆବଶ୍ୟକ ପଡିଲେ ସ୍କୁଲ ଲାଗି ସାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିବ । ଏହାଛଡ଼ା ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି, ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ଘରେ ସପ୍ତାହେ ପିଲାଙ୍କ ଯତ୍ନ ନିଅନ୍ତୁ । ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ ବୋଲି ସେ କହିଛନ୍ତି ।

Share