Categories: ଜାତୀୟ

‘ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ’

ନୂଆଦିଲ୍ଲୀ,୧୧।୨: “ଆମେ ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ”। ଏଭଳି କହି କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କୀତ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।

ହିଜାବ ପରିଧାନ ଉପରେ ଅନ୍ତିମ ରାୟ ନ ଆସିବା ପର୍ଯ୍ୟନ୍ତ ସ୍କୁଲ, କଲେଜରେ ଛାତ୍ରୀଛାତ୍ରଙ୍କୁ ଧାର୍ମିକ ପୋଷାକ ନ ପିନ୍ଧିବାକୁ ପରାମର୍ଶ ଦେଇଥିଲେ କର୍ନାଟକ ହାଇକୋର୍ଟ। ଏହାକୁ ବିରୋଧ କରି କର୍ନାଟକର ଜଣେ ଯୁବତୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

“ଏଭଳି କଥାକୁ ଜାତୀୟ ସ୍ତରରେ ବିସ୍ତାର କରନ୍ତୁ ନାହିଁ। ଆମେ ଜାଣିଛୁ, କ’ଣ ଘଟୁଛି। ଟିକେ ଚିନ୍ତା କର, ଏହି ବିବାଦକୁ ଦିଲ୍ଲୀ ଓ ଜାତୀୟ ସ୍ତରକୁ ଆଣିବା କ’ଣ ଉଚିତ? ଯଦି ସେଥିରେ କିଛି ଭୁଲ ଅଛି, ତେବେ ତାହାକୁ ଆମେ ସୁରକ୍ଷା ଦେବୁ। ଆମେ କେବଳ ଉଚିତ ସମୟରେ ହିଁ ହସ୍ତକ୍ଷେପ କରିବୁ” ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଏନ୍‌ ଭି ରମନା।

Share