Categories: ଜାତୀୟ

ଆମ୍ବୁଲାନ୍ସକୁ ରୋକ ନାହିଁ

ହାଇଦ୍ରାବାଦ,୧୪।୫ : ଅନ୍ୟ ରାଜ୍ୟରୁ ଚିକିତ୍ସା ଲାଗି ଆସୁଥିବା ଆମ୍ବୁଲାନ୍ସକୁ ରୋକନାହିଁ। ରାଜ୍ୟ ସରକାରଙ୍କୁ ଶୁକ୍ରବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ତେଲଙ୍ଗାନା ହାଇକୋର୍ଟ। ଏହି ନିର୍ଦ୍ଦେଶ ସମ୍ପର୍କରେ ରାଜ୍ୟର ବିଭିନ୍ନ ସୀମାରେ ମୁତୟନ ଥିବା ପୋଲିସ ଅଧିକାରୀଙ୍କୁ ଜଣାଇ ଦେବାକୁ ମୁଖ୍ୟ ବିଚାରପତି ହିମା କୋହଲି ଓ ବି. ବିଜୟସେନ ରେଡ୍ଡୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ ବିରୋଧରେ ହାଇକୋର୍ଟରେ ଦାଖଲ ହୋଇଥିଲା ଏକ ପିଟିଶନ। ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ତେଲଙ୍ଗାନାରେ ଜାରି ହୋଇଥିବା ଲକଡାଉନ ପାଇଁ ଅନ୍ୟ ରାଜ୍ୟରୁ ଆସୁଥିବା ଆମ୍ବୁଲାନ୍ସକୁ ରାଜ୍ୟର ସୀମାରୁ ଫେରାଇ ଦିଆଯାଉଛି। ଏହି କାରଣରୁ ଶୁକ୍ରବାର ଆମ୍ବୁଲାନ୍ସରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।

Share