ବିକ୍ଷୋଭ ନ କରିବାକୁ ନିଜ ନାଗରିକକୁ କହିଲା ଚାଇନା

କଲମ୍ବୋ,୧୨।୭: ଶ୍ରୀଲଙ୍କାର ବନ୍ଧୁ ବୋଲାଉଥିବା ଚାଇନା ବିକ୍ଷୋଭ ନ କରିବା ପାଇଁ ଉତ୍ତ୍ୟକ୍ତ ଦେଶବାସୀଙ୍କୁ ତାଗିଦ୍‌ କରିଛି। ଶ୍ରୀଲଙ୍କାରେ ଥିବା ଚାଇନା ରାଷ୍ଟ୍ରଦୂତ ବିକ୍ଷୋଭ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଚାଇନା ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ମଧ୍ୟ ଜାରି କରାଯାଇଛି। ଶ୍ରୀଲଙ୍କାରେ ଥିବା ଚାଇନା ନାଗରିକ କୌଣସି ଆନ୍ଦୋଳନରେ ଯୋଗ ଦେଉ ନ ଥିବା ଉକ୍ତ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

Share