Categories: ଜାତୀୟ

ଝିଅଙ୍କୁ ଟାର୍ଗେଟ କରା ନ ଯାଉ

ମୁମ୍ବାଇ, ୨୮ା୩: ହିଜାବ ପ୍ରସଙ୍ଗରେ ଝିଅମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ମିସ୍‌ ୟୁନିଭର୍ସ-୨୦୨୧ ହର୍‌ନାଜ ସାନ୍ଧୁ। ଗଣମାଧ୍ୟମକୁ ଏ ବାବଦରେ ପ୍ରତିକ୍ରିୟା ଦେଇ ହରନାଜ କହିଛନ୍ତି, ଝିଅମାନଙ୍କୁ ଉଡ଼ିବାକୁ ଦିଅ। ସେମାନଙ୍କ ଡେଣା କାଟନାହିଁ। ସେମାନେ ଯେପରି ଚାହୁଁଛନ୍ତି ସେପରି ବଞ୍ଚନ୍ତୁ, ନିଜ ଲକ୍ଷ୍ୟ ହାସଲ କରନ୍ତୁ। କର୍ନାଟକରେ ଦେଖାଦେଇଥିବା ହିଜାବ ବିବାଦ ଉପରେ ନିକଟରେ କର୍ନାଟକ ହାଇକୋର୍ଟର ୩ ଜଣିଆ ଖଣ୍ଡପୀଠ ଶ୍ରେଣୀଗୃହରେ ହିଜାବ ଜରୁରୀ ଧର୍ମୀୟ ପ୍ରଥା ନୁହେଁ କହିବା ସହ ଶିକ୍ଷାନୁଷ୍ଠାନରେ ସମସ୍ତେ ୟୁନିଫର୍ମ ପିନ୍ଧିବା ଉଚିତ ବୋଲି ରାୟ ଦେଇଥିଲେ। ଏ ନେଇ ହର୍‌ନାଜଙ୍କ ପ୍ରତିକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାସଲ କରି ଘରକୁ ଫେରିବାପରେ ମାର୍ଚ୍ଚ ୧୭ରେ ତାଙ୍କୁ ସ୍ବାଗତ ଉପଲକ୍ଷେ ହୋଇଥିବା ଏକ କାର୍ଯ୍ୟକ୍ରମରେ ହର୍‌ନାଜ ଏହା କହିଥିଲେ।

Share