Posted inଜାତୀୟ

ବ୍ୟବସ୍ଥା ବିଗାଡ଼ିବାକୁ ଉଦ୍ୟମ କରନାହିଁ

ନୂଆଦିଲ୍ଲୀ,୧୭ା୪: ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଜାଲିଆତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଇଭିଏମ୍‌ ସହ ଭୋଟର ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି)ର ୧୦୦ ପ୍ରତିଶତ ପେପର୍‌ ସ୍ଲିପ୍‌କୁ ମେଳ କଲେ ଗୁପ୍ତ ମତଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ସୁଧାରିହେବ ବୋଲି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହାର ଶୁଣାଣି କରି ଇଭିଏମ୍‌ ସମାଲୋଚକଙ୍କୁ କହିଛନ୍ତି, ବ୍ୟବସ୍ଥା ବିଗାଡ଼ିବାକୁ ଉଦ୍ୟମ କରନ୍ତୁ ନାହିଁ। ପୂର୍ବରୁ ବାଲଟ୍‌ ପେପର ଜରିଆରେ ମତଦାନ କରାଯାଉଥିବାବେଳେ କିପରି ବହୁଳ ଭାବେ ବୁଥ୍‌ କ୍ୟାପ୍ଚରିଂ ହେଉଥିଲା ତାକୁ ସ୍ମରଣ କରିବାକୁ ଅଦାଲତ କହିଛନ୍ତି।
ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ବେଳେ ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଯୁକ୍ତି ବାଢ଼ିଥିଲେ, ଇଭିଏମ୍‌ ବ୍ୟବସ୍ଥା ଖରାପ ବୋଲି ଆମେ କହୁନାହୁଁ। ମୂଳ କଥା ହେଉଛି, ଭୋଟର ମତଦାନ କରିବା ପରେ ଯାହାଙ୍କୁ ଭୋଟ ଦେଇଛନ୍ତି, ସେହି ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ମତ ଯାଇଛି କି ନାହିଁ ତାହା ସନ୍ଦେହରେ ରହୁଛି। ସେହିପରି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ, ପୂର୍ବରୁ ଇଭିଏମ୍‌ ଜରିଆରେ ଭୋଟିଂ କରାଉଥିବା ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ପୁଣି ବାଲଟ୍‌ ପେପରକୁ ଫେରିଲେଣି। ଆମେ ମଧ୍ୟ ଦେଶରେ ପେପର ବାଲଟ୍‌ ବ୍ୟବସ୍ଥାକୁ ଫେରିପାରିବା। ଅନ୍ୟ ଏକ ବିକଳ୍ପ ହେଉଛି, ମତଦାତାଙ୍କୁ ସେମାନଙ୍କ ଭିଭିପିଏଟି ସ୍ଲିପ୍‌ ପ୍ରଦାନ କରିବା। ଏହି ବ୍ୟବସ୍ଥାରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ସେ କହିଥିଲେ। ଏପରି କି ଜର୍ମାନୀରେ ଏଭଳି କରାଯାଉଥିବା ସେ ଉଦାହରଣ ଦେଇଥିଲେ। ଏହା ଶୁଣିବା ପରେ ଜଷ୍ଟିସ୍‌ ଖାନ୍ନା କହିଥିଲେ, ଆମକୁ ୬୦ ଉପର ହେଲାଣି। ବାଲଟ୍‌ ପେପରରେ ଭୋଟିଂ ବେଳେ କ’ଣ ସବୁ ହେଉଥିଲା ଆମେ ଜାଣିଛୁ। ତାକୁ ଭୁଲିନାହୁଁ। ଜର୍ମାନୀରେ ୬ କୋଟି ଭୋଟର ଥିବାବେଳେ ଭାରତରେ ମତଦାତାଙ୍କ ସଂଖ୍ୟା ୯୭ କୋଟି। ୬୦ କୋଟି ଭିଭିପିଏଟି ସ୍ଲିପ୍‌କୁ ଗଣତି କରାଯିବା ଉଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri