ନୂଆଦିଲ୍ଲୀ,୧୮।୩ : କଲେଜିୟମ ପ୍ରସଙ୍ଗରେ ଏବଂ ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ପୁଣି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୋର ୨୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ କୌଣସି ମାମଲାର ବିଚାର କିପରି ହେବ ତାହା ମତେ କେହି କେବେ ବତାଇ ନାହାନ୍ତି। ଏହି ପ୍ରସଙ୍ଗରେ ମୁଁ ଆଇନମନ୍ତ୍ରୀଙ୍କ ସହିତ ଅଯଥା ବିବାଦ କରିବାକୁ ଚାହୁଁନି। ହୁଏତ ଆମର ଚିନ୍ତାଧାରା , ଧାରଣା ଏବଂ ଭାବନା ଭିନ୍ନ ଭିନ୍ନ ହୋଇଥାଇପାରେ। ଏଥିରେ କୌଣସି ଭୁୁଲ ନାହିଁ।
ଆଇନ ମନ୍ତ୍ରୀ କଲେଜିୟମ ବ୍ୟବସ୍ଥା ବିରୋଧରେ ବହୁଥର ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ସେ କହିଥିଲେ, କିଛି ବିଚାରେପତି ଏଭଳି ଅଛନ୍ତି ଯେଉଁମାନେ ବିରୋଧୀଦଳଙ୍କ ଭଳି ଭାରତୀୟ ନ୍ୟାୟପାଳିକାକୁ ସରକାରଙ୍କ ବିରୋଧୀ କରିବାର ପ୍ରୟାସ କରୁଛନ୍ତି। କିଛି ଲୋକ ସୁପ୍ରିମ୍କୋର୍ଟରେ ରହିଛି ସରକାରଙ୍କ କାର୍ଯ୍ୟରେ ଲଗାମ ଲଗାଇବାକୁ ଚାହୁଁଛନ୍ତି। କିଭଳି ଭାରତୀୟ ନ୍ୟାୟପାଳିକାକୁ ସରକାରଙ୍କ ମୁହାଁମୁହିଁ ହେବାକୁ କିଛି ଲୋକ କହୁଛନ୍ତି ତାହା ବୁଝି ହେଉ ନାହିଁ ବୋଲି ଆଇନମନ୍ତ୍ରୀ କହିଥିଲେ।