Categories: ଜାତୀୟ

ଦେଶରେ ବହୁ ଜରୁରୀ ସମସ୍ୟା ଥିବାବେଳେ ସମଲିଙ୍ଗୀ ବିବାହ ମାମଲାରେ ସୁପ୍ରିମ୍‌କୋର୍ଟ ସମୟ ନଷ୍ଟ ନ କରନ୍ତୁ: ରାଷ୍ଟ୍ରପତିଙ୍କୁ ଜୈନ ସାଧୁଙ୍କ ଚିଠି…

ନୂଆଦିଲ୍ଲୀ,୨୯।୪ : ସମଲିଙ୍ଗୀ ବିବାହର ମାନ୍ୟତା ଦାବିରେ ସୁପ୍ରିମକୋର୍ଟରେ ତୀବ୍ର ବିତର୍କ ଚାଲିଛି। ଏଥି ସହିତ କେନ୍ଦ୍ର ସରକାର ଏବଂ ଧାର୍ମିକ ନେତାମାନେ ଏହାକୁ ବିରୋଧ କରୁଛନ୍ତି। ବର୍ତ୍ତମାନ ଜୈନ ସମାଜ ମଧ୍ୟ ସମଲିଙ୍ଗୀ ବିବାହକୁ ବିରୋଧ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଜୈନ ସାଧୁ ଶିବ ମୁନି ଏହାକୁ ବିରୋଧ କରିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆ ନ ଯାଉ ନାହିଁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ସେତେବେଳେ ଏଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ। ଦାରିଦ୍ର୍ୟ ଦୂରୀକରଣ, ସମସ୍ତଙ୍କ ପାଇଁ ଶିକ୍ଷା, ପ୍ରଦୂଷଣ ମୁକ୍ତ ପରିବେଶ ଏବଂ ଜନସଂଖ୍ୟା ନିୟନ୍ତ୍ରଣକୁ ମୁଖ୍ୟ ସମସ୍ୟା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଏସବୁ ସମସ୍ୟା ଉପରେ ସୁପ୍ରିମକୋର୍ଟ କୌଣସି ତତ୍ପରତା ଦେଖାଇ ନାହାଁନ୍ତି। ଭାରତକୁ ବିଭିନ୍ନ ଧର୍ମ, ଜାତି ଏବଂ ଉପ-ଜାତିର ଦେଶ ଭାବରେ ବର୍ଣ୍ଣନା କରି ସେ ଲେଖିଛନ୍ତି ଶତାବ୍ଦୀ ଧରି ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହର ସ୍ବୀକୃତି ରହିଆସିଛି। ଏଭଳି ପରିସ୍ଥିତିରେ ବିବାହ ପ୍ରତିଷ୍ଠାନ କେବଳ ଦୁଇଟି ବିପରୀତ ଲିଙ୍ଗଙ୍କର ଏକ ମିଳନ ନୁହେଁ। ଏହା ମାନବ ପ୍ରଗତି ପାଇଁ ମଧ୍ୟ ଗୁୁତ୍ୱପୂର୍ଣ୍ଣ।

ସର୍ବୋଚ୍ଚ ଅଦାଲତର ପୂର୍ବ ନିଷ୍ପତ୍ତି ବିଷୟରେ ଜୈନ ସାଧୁ କହିଛନ୍ତି, ସମଲିଙ୍ଗୀ ସମ୍ପର୍କର ଅଧିକାର ପୂର୍ବରୁ ସୁରକ୍ଷିତ ଅଛି (ଧାରା ୩୭୭ ଅପସାରଣ କରି)। ସମଲିଙ୍ଗୀ ବିବାହର ମାମଲା ଆଇନଗତ ଅଧିକାର ହୋଇପାରେ। କିନ୍ତୁ ଏହା ଏକ ମୌଳିକ ଅଧିକାର ନୁହେଁ । ସଂସଦ ଦ୍ୱାରା ଏକ ଆଇନ ପ୍ରଣୟନ କରି ଏହାକୁ ସଂରକ୍ଷିତ କରାଯାଇପାରିବ। ଏହାକୁ ସ୍ବତନ୍ତ୍ର ବିବାହ ଅଧିନିୟମ ଅଧୀନରେ ରଖିବାକୁ ସେ ଆପତ୍ତି ଉଠାଇଛନ୍ତି। ବିବାହ ପୁରୁଷ ଓ ମହିଳାଙ୍କ ପାଇଁ ଏ। ଏହିପରି ଭାବରେ ଏହାର ପ୍ରତ୍ୟେକ ବ୍ୟବସ୍ଥାକୁ ନୂତନ ରୂପରେ ବ୍ୟାଖ୍ୟା କରିବାକୁ ପଡିବ।

ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ରରେ ଲେଖିଛନ୍ତି, ’ବିବାହ ଏକ ସାମାଜିକ / ଆଇନଗତ ଅନୁଷ୍ଠାନ। ବର୍ତ୍ତମାନ ଏହା ନଷ୍ଟ କରା ଯାଇପାରିବ ନାହିଁ କିମ୍ବା ଏହାର ନୂତନ ରୂପ ମଧ୍ୟ ପ୍ରସ୍ତୁତ କରାଯାଇପାରିବ ନାହିଁ।

Share