‘ପସନ୍ଦ ନ ଥିଲେ ଦେଖ ନାହିଁ’

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏ ପ୍ରକାର ଚର୍ଚ୍ଚାଠାରୁ ନିଜକୁ କିପରି ଦୂରରେ ରଖାଯାଇ ପାରିବ ସେ ନେଇ ଆଲିଆ ଭଟ୍ଟ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, ଯେଉଁମାନଙ୍କୁ ମୋ କାମ ପସନ୍ଦ ନୁହେଁ ସେମାନେ ମୋତେ ଦେଖିବା ବନ୍ଦ କରି ଦିଅନ୍ତୁ। ଏଥିରେ କୌଣସି ଆପତ୍ତି ନାହିଁ। ପ୍ରତ୍ୟେକ ସେଲିବ୍ରିଟି ଟ୍ରୋଲର ଶିକାର ହେଉଥିବାବେଳେ ଏହାର ସାମ୍ନା କିପରି କରାଯିବ ସେ ନେଇ ମଧ୍ୟ ପ୍ରତ୍ୟେକ ଅଲଗା ଅଲଗା ଉପାୟ ପାଞ୍ଚିଥାନ୍ତି। ଯେଉଁମାନେ ଷ୍ଟାର୍‌ କିଡ୍‌ ଶବ୍ଦ ବ୍ୟବହାର କରି ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ସେମାନେ ନିହାତି ଭାବେ ଜାଣି ରଖିବା ଦରକାର ଷ୍ଟାର କିଡ୍‌ ମଧ୍ୟ ଫିଲ୍ମରେ କାମ କରିବା ପାଇଁ ବହୁ ପରିଶ୍ରମ କରିଥାନ୍ତି। ସେଥିପାଇଁ ହେଟରମାନଙ୍କ ନେଗେଟିଭ୍‌ କମେଣ୍ଟକୁ ଅଣଦେଖା କରିବା ଏକମାତ୍ର ଉପାୟ ବୋଲି ଆଲିଆ କହିଛନ୍ତି। ଏଥିସହ ଏ ପ୍ରକାର ନକାରାତ୍ମକ ଜିନିଷଠାରୁ ନିଜକୁ ଦୂରରେ ରଖି ଆଗାମୀ ପ୍ରୋଜେକ୍ଟ କିପରି ଭଲ ହେବ ଏବଂ ନିଜର ଭଲ କ୍ୟାରିୟର୍‌ ଗଢ଼ିବା ଦିଗରେ କାମ କରିବା ମୁଖ୍ୟ ବୋଲି ସେ କହିଛନ୍ତି। ଆସନ୍ତା ସେପ୍ଟେମ୍ବରରେ ଆଲିଆ ଓ ରଣବୀର କପୁର ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବ।

Share