Categories: ଜାତୀୟ

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ, ଦେଶର ମଙ୍ଗଳ ପାଇଁ କାମ କରିବା ମୋର ପ୍ରୟାସ: ନୀତୀଶ

ଲକ୍ଷ୍ନୌ,୨୪।୪: ବିରୋଧୀଙ୍କୁ ଏକଜୁଟ କରିବାର ଅଭିଯାନ ଆରମ୍ଭ ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ନୀତୀଶ କହିଛନ୍ତି, ଅଧିକ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

ଏଥିସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଦାବିକୁ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋର ଶକ୍ତି ଏବଂ ପଦ ପାଇଁ ଲୋଭ ନାହିଁ, ଦେଶର ମଙ୍ଗଳ ପାଇଁ କାମ କରିବା ହେଉଛି ମୋର ପ୍ରୟାସ ।

ନୀତୀଶ କହିଛନ୍ତି, ଆଜି ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରୁନାହିଁ। ଯେତେବେଳେ ଆମେ ସମସ୍ତେ ଏକାଠି ହେବା ସେତେବେଳେ ଆମର ନେତା କିଏ ହେବ ତାହା ସ୍ଥିର କରିବୁ।

Share