Categories: ଜାତୀୟ

ଉଡ଼ାଣ ଭରିବାର କିଛି ସମୟ ପରେ ଭାଙ୍ଗିଗଲା କବାଟ, ଜରୁରୀକାଳୀନ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୬।୧: ଅଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନକୁ ଆଜି ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହାର ଗୋଟିଏ କବାଟ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସେଣ୍ଟର-କ୍ୟାବିନର ପ୍ରସ୍ଥାନ ଦ୍ୱାର ବିମାନରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

ଅଲାସ୍କା ଏୟାରଲାଇନ୍ସ ଏକ୍ସରେ ଏକ ପୋଷ୍ଟରେ କହିଛି , ଏଏସ୍‌୧୨୮୨ ଶୁକ୍ରବାର ସାରେ ପୋର୍ଟଲ୍ୟାଣ୍ଡରୁ ଅନଟାରିଓ, ସିଏ (କାଲିଫର୍ଣ୍ଣିଆ)କୁ ଯିବାର କିଛି ସମୟ ପରେ ଏକ ଘଟଣା ଘଟିଛି। ବିମାନଟି ୧୭୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ସୁରକ୍ଷିତ ଭାବେ ପୋର୍ଟଲ୍ୟାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି।

Share