Categories: ବାଣିଜ୍ୟ

ଡେଣ୍ଟା ମିତ୍ର ପକ୍ଷରୁ ଡୋର ଷ୍ଟେପ୍‌ ସର୍ଭିସ

ଭୁବନେଶ୍ୱର,୨୬।୪: ଦେଶର ପ୍ରମୁଖ ଘରୋଇ ଦନ୍ତ ଚିକିତ୍ସାଳୟ ଡେଣ୍ଟା ମିତ୍ର ପକ୍ଷରୁ ନିକଟରେ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଅଭିନବ ସେବା ‘ଡୋର ଷ୍ଟେପ୍‌ ସର୍ଭିସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଚ୍ଚମାନର ଦନ୍ତ ଚିକିତ୍ସା ଯୋଗାଇବା ତଥା ଦେଶର ଏକମାତ୍ର ଦନ୍ତ ଚିକିତ୍ସା କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଡେଣ୍ଟା ମିତ୍ର ରୋଗୀର ଦ୍ୱାରଦେଶରେ ଗୁଣାତ୍ମକ ଦନ୍ତ ଚିକିତ୍ସା ଯୋଗାଇଥାଏ। ବର୍ତ୍ତମାନ ଉକ୍ତ ସଂସ୍ଥା ଭୁବନେଶ୍ୱରରେ ଦନ୍ତ ଚିକିତ୍ସା ସେବା ଯୋଗାଇବ ବୋଲି ଘୋଷଣା କରିଛି। ଏପରିକି ଭୁବନେଶ୍ୱରରେ ଏହି ଟିମ୍‌ ରୋଗୀମାନଙ୍କ ଘରେ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ପାଇଁ ଏରିଆ ଡେଣ୍ଟାଲ ଅଫିସରଙ୍କ ଦ୍ୱାରା ନଜର ରଖାଯାଇଥିବା ଅଭିଜ୍ଞ ତଥା ତାଲିମପ୍ରାପ୍ତ ଦନ୍ତ ଚିକିତ୍ସକଙ୍କୁ ଅନ୍ତର୍ଭୁକ୍ତ କରିବେ ବୋଲି ଜଣାପଡ଼ିଛି। ସେହିଭଳି ରୋଗୀମାନେ ସଂସ୍ଥାର ଆପ୍‌, ୱେବ୍‌ସାଇଟ୍‌, ହ୍ବାଟ୍ସଆପ୍‌ ଏବଂ ଟୋଲ୍‌ ଫ୍ରି ନମ୍ବର ମାଧ୍ୟମରେ ମଧ୍ୟ ଆବଶ୍ୟକ ସେବା ପାଇଁ ଅଗ୍ରିମ ବୁକ୍‌ କରିପାରିବେ। ଏ ସମ୍ପର୍କରେ ଡେଣ୍ଟା ମିତ୍ରର ସହ ପ୍ରତିଷ୍ଠାତା ତଥା ସିଇଓ ସତ୍ୟଜିତ୍‌ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ଦ୍ୱାରରେ ଦନ୍ତ ଚିକିତ୍ସା ସୁବିଧା ଯୋଗାଇବା ସହ ରୋଗୀର ସେବାରେ ଉନ୍ନତି ଆଣିବା ପାଇଁ ଆମର ଲକ୍ଷ୍ୟ ରହିଛି। ଏପରିକି ଭୁବନେଶ୍ୱରରେ ଆମେ ଲୋକଙ୍କ ନିକଟତର ହେବା ପାଇଁ ବ୍ୟାପକ ଯୋଜନା କରୁଛୁ। ସେହିଭଳି ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ବା ଏବଂ ଅଣସଂରକ୍ଷିତ ସମ୍ପ୍ରଦାୟ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟସେବାକୁ ବାସ୍ତବ ରୂପ ଦେବା ପାଇଁ ଆମେ ଶତ ପ୍ରତିଶତ ଚେଷ୍ଟା କରିବୁ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ବ୍ୟତୀତ ଦିଲ୍ଲୀ-ଏନ୍‌ସିଆର୍‌, ବେଙ୍ଗାଲୁରୁ, ଚଣ୍ଡିଗଡ଼ ଏବଂ ପଞ୍ଜାବର କିଛି ସହରରେ ଏହି ସେବା ଉପଲବ୍ଧ କରାଉଛି।

Share